ଆଜି ୪୦ ଡିଗ୍ରୀ ଉପରେ ରାଜ୍ୟର ୨୪ ସହର, ସୋନପୁର ସବୁଠୁୁ ଉତ୍ତପ୍ତ

add-all

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ। ବୁଧବାର ୨୪ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ଥିବା ରେକର୍ଡ କରାଯାଇଛି। ସେଥିରୁ ୪ଟି ସହରର ତାପମାତ୍ରା ୪୪ ଡିଗ୍ରୀ ସେଲ୍‌ସିୟସ ବା ତା’ ଉପରେ ରହିଛି। ସୋନପୁରରେ ସର୍ବାଧିକ ୪୪.୫ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଥିବା ବେଳେ ଅନୁଗୋଳରେ (୪୪.୧ଂ), ଝାରସୁଗୁଡ଼ା (୪୪ଂ) ଓ ବଲାଙ୍ଗିରରେ (୪୪ଂ) ରହିଛି।

ସେହିପରି ସମ୍ବଲପୁରରେ ତାପମାତ୍ରା ୪୩.୮ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ସୁନ୍ଦରଗଡ଼ରେ ୪୩.୫ଂ, ହୀରାକୁଦରେ ୪୩.୧ଂ, ଟିଟିଲାଗଡ଼ରେ ୪୩.୨ଂ, ଦେବଗଡ଼ରେ ୪୩ଂ, ବରଗଡ଼ ୪୩.୪ଂ ଓ ବୌଦ୍ଧରେ ୪୩.୫ଂ ତାପମାତ୍ରା ରେକର୍ଡ କରାଯାଇଛି।

ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ, କିଛି ଜିଲାରେ ହିଟ୍‌ ୱେଭ ଆସନ୍ତା ୨୯ତାରିଖ ପର୍ଯ୍ୟନ୍ତ ଜାରି ରହିବ । ପଶ୍ଚିମ ଓଡ଼ିଶାର ଅନ୍ୟ କେତେକ ଜିଲାରେ ଏହି ହିଟ ୱେଭ ୩୦ତାରିଖ ପର୍ଯ୍ୟନ୍ତ ଲାଗି ରହିବ । ଏଥିଯୋଗୁ ଦିନ ୧୧ଟାରୁ ୩ଟା ପର୍ଯ୍ୟନ୍ତ ଅତି ଜରୁରୀ ନଥିଲେ ଘରୁ ନବାହାରିବା ପାଇଁ ପରାମର୍ଶ ଦିଆଯାଇଛି । ବିଶେଷକରି ଛୋଟ ପିଲା, ବୟସ୍କ ଲୋକ ଓ ଅସୁସ୍ଥ ଲୋକମାନଙ୍କୁ ଘରୁ ନବାହାରିକୁ ପାଣିପାଗ ବିଭାଗ ପରାମର୍ଶ ଦେଇଛି ।

ad-week
Leave A Reply

Your email address will not be published.