୮ଗୋଟି ଗ୍ରାମପଞ୍ଚାୟତର ନିର୍ମାଣ ଶ୍ରମିକ ଓ ରଥ ଏଜେନ୍ସିର ବନ୍ଧୁ ମିଳନ ବୈଠକ

add-all

ଦାରିଙ୍ଗବାଡି, ତା୨୭/୦୪ : ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ, ବ୍ରାହ୍ମଣୀଗାଁ ଅଞ୍ଚଳର ୮ଗୋଟି ଗ୍ରାମ ପଞ୍ଚାୟତର ନିର୍ମାଣ ଶ୍ରମିକ ମାନଙ୍କୁ ନେଇଁ ବ୍ରାହ୍ମଣୀଗାଁ ସ୍ଥିତ ଆର ଏମ ପି ପରିସରରେ ବନ୍ଧୁ ମିଳନ ବୈଠକ ଅନୁଷ୍ଠିତ ହୋଇଯାଇଛି। କରୋନା ମହାମାରୀ ପାଇଁ ଦୁଇବର୍ଷଧରି ନିର୍ମାଣ ଶ୍ରମିକ ମାନଙ୍କ କୌଣସି ବୈଠକ କିମ୍ବା କୌଣସି ବନ୍ଧୁ ମିଳନ କାର୍ଯ୍ୟକ୍ରମ ହୋଇ ପାରି ନଥିଲା। ଦୁଇ ବର୍ଷର ବ୍ୟବଧାନରେ ବ୍ରାହ୍ମଣୀଗାଁ ସ୍ଥିତ ରଥ ଏଜେନ୍ସି ନେତୃତ୍ୱରେ ଆଜି ସରାମୁଳି, ଗଦାପୁର, ତାଜୁଙ୍ଗି, ହାତିମୁଣ୍ଡା, ବ୍ରାହ୍ମଣୀଗାଁ, ଝିଞ୍ଜିରିଗୁଡା,କୁମ୍ଭାରୀଗାଁ ଓ କାଟିଙ୍ଗିଆ ଗ୍ରାମ ପଞ୍ଚାୟତରେ ରହିଥିବା ସମସ୍ତ ନିର୍ମାଣ ଶ୍ରମିକ ନେତୃବୃନ୍ଦ ଏକତ୍ରିତ ହୋଇ ଆଗାମୀ ଭବିଷ୍ୟତ ପାଇଁ ସଙ୍ଗଠିତ ହୋଇ ନିଜର ସମସ୍ୟାର ସମାଧାନ କରିବା ସହିତ ସରକାରଙ୍କ ସୁବିଧା ସୁଯୋଗ ଅଧିକରୁ ନିର୍ମାଣ ଶ୍ରମିକ ଗଣ କିପରି ପାଇବେ ଆଲୋଚନା କରିଥିବା ପ୍ରକାଶ ପାଇଛି।

ad-week
Leave A Reply

Your email address will not be published.