ଚିତ୍ରକୋଣ୍ଡା ବନାଞ୍ଚଳ ଦ୍ଵାରା ଭଲିବଲ ଟୁର୍ଣ୍ଣାମେଣ୍ଟ ଆୟୋଜିତ

add-all


ଚିତ୍ରକୋଣ୍ଡା (୨୭/୦୪) : ମାଲକାନଗିରି ଜିଲ୍ଲା ବନଖଣ୍ଡ ଅଧୀନ ଚିତ୍ରକୋଣ୍ଡା ବନାଞ୍ଚଳ ଆନୁକୂଲ୍ୟରେ ଚିତ୍ରକୋଣ୍ଡା ବନାଞ୍ଚଳ ଅଧିକାରୀ ବଳରାମ ନାୟକଙ୍କ ଆହ୍ୱାନ କ୍ରମେ ମାଲକାନଗିରି ବନଖଣ୍ଡ ଅଧିକାରୀ ପ୍ରତାପ କତାପାଲି ଙ୍କ ଅଧ୍ୟକ୍ଷତାରେ ଚିତ୍ରକୋଣ୍ଡା ବ୍ଲକ ଅଧ୍ୟକ୍ଷା ରାଜେଶ୍ୱରୀ ଖିଲ ତଥା ବଡ଼ପଦର ନାଏବ ସରପଞ୍ଚ, ସମିତି ସଭ୍ୟ ଏବଂ ୱାର୍ଡ ମେମ୍ବର ସମ୍ମାନିତ ଅତିଥି ମାନଙ୍କ ଉପସ୍ଥିତିରେ ବଡପଦର ଠାରେ ସ୍ୱାଭିମାନ ଅଞ୍ଚଳର ଆଠଗୋଟି ଭଲିବଲ ଟିମ ଯଥା – ବଡ଼ପଡା, ଯୋଡ଼ାମ୍ବ, ଇସକାପାଲି, ପାଲାମ, ଖଜୁରିଗୁମା, ଆରଏସସି ନଅ ନମ୍ବର, ସାରିଆପାଲି ଓ ବନଗୁର ଭଲିବଲ ଟିମ କୁ ନେଇ ଭଲିବଲ ଟୁର୍ଣ୍ଣାମେଣ୍ଟର ଆୟୋଜନ କରାଯାଇ ଦୁଇ ଦୁଇ ଟିମକୁ ନେଇ ଭଲିବଲ ଖେଳା ଯାଇଥିଲା । ଆଠଗୋଟି ଭଲିବଲ ଟିମ ମଧ୍ୟରୁ ବନଗୁରୁ ଏବଂ ବଡ଼ପଡା ଭଲିବଲ ଟିମ ଫାଇନାଲ କୁ ଯାଇଥିଲେ l ଉକ୍ତ ଫାଇନାଲ ମ୍ୟାଚ ରେ ବଡ଼ପଡା ଟିମ ବିଜୟ ଲାଭ କରି ଉଇନର ଭାବେ ଅତିଥି ମାନଙ୍କ ଠାରୁ ପୁରସ୍କାର ଗ୍ରହଣ କରିଥିବା ବେଳେ ବନଗୁର ଭଲିବଲ ଟିମ ରନର୍ଶ ଭାବରେ ପୁରସ୍କାର ପାଇଥିଲେ ଏବଂ ଅନ୍ୟ ପରାଜିତ ହୋଇଥିବା ଭଲିବଲ ଟିମ କୁ ସମ୍ମାନିତ କରାଯାଇଥିଲା l ଉକ୍ତ କାର୍ଯ୍ୟକ୍ରମ ମାଧ୍ୟମରେ ଆଦିବାସୀ ଜନସାଧାରଣ ବେଣ୍ଟ ଶିକାର ରୁ ଦୁରେଇ ରହିବା, ଜଙ୍ଗଲରେ ନିଆଁ ଲଗାଇବା ଠାରୁ ଦୁରେଇ ରହିବା ଏବଂ ବନ କର୍ମଚାରୀ ଙ୍କ ସହିତ ଜନସାଧାରଣ ମଧ୍ୟରେ କିଭଳି ସୁସମ୍ପର୍କ ସ୍ଥାପନ ହୋଇ ପାରିବ ସେଥିନିମନ୍ତେ ଭଲିବଲ ଟୁର୍ଣ୍ଣାମେଣ୍ଟ ମାଧ୍ୟମରେ ସଚେତନ କରାଯାଇଥିଲା l ଉକ୍ତ ଭଲିବଲ ଟୁର୍ଣ୍ଣାମେଣ୍ଟ କାର୍ଯ୍ୟକ୍ରମ କୁ ଚିତ୍ରକୋଣ୍ଡା ବନପାଳ ମୃତୁଞ୍ଜୟ ସେଠି, ବନପାଳ ନିରଞ୍ଜନ ସାହୁ,ପ୍ରଦୀପ ଗରଡ଼ା, ହରି ହନ୍ତାଳ ଓ ପ୍ରମୋଦ ବାଜିଙ୍ଗ ପରିଚାଳନା କରିଥିଲେ l

ad-week
Leave A Reply

Your email address will not be published.