ସ୍ୱାଭିମାନ ଅଞ୍ଚଳରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ

add-all

ମାଲକାନଗିରି ଚିତ୍ରକୋଣ୍ଡା ବ୍ଲକ (୨୮/୦୪) : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଯନ୍ତ୍ରି ପଂଚାୟତ ର ଟାଭେରୁ ନିକଟସ୍ଥ ପାହାଡ ରୁ ପୋତା ହୋଇ ରଖାଯାଇଥବା ବିସ୍ପୋରକ ସାମଗ୍ରୀ କୁ ଜବତ କରିଛି ବିଏସଏଫ । ଗତ କିଛିଦିନ ତଳେ ଯନ୍ତ୍ରି ପଂଚାୟତ ରେ ବିଏସଏଫ କ୍ୟାମ୍ପ ପ୍ରତିଷ୍ଠା କରାଯାଇଥିଲା। କ୍ୟାମ୍ପ ପ୍ରତିଷ୍ଠା ପରେ ଯନ୍ତ୍ରି ପଂଚୟତ ଓ ତାର ଆଖ ପାଖ ଅଞ୍ଚଳରେ ବିଏସଏଫ ପକ୍ଷରୁ ତଲାସୀ ଅଭିଯାନ କୁ ଜୋରଦାର କରାଯାଇଥିଲା । ଆଜି ଦିନ ୧୨ ଟା ସମୟରେ ଯନ୍ତ୍ରି ପଞ୍ଚାୟତ ର ଟାଭେରୁ ନିକଟସ୍ଥ ପାହାଡ଼ ରେ ବିଏସଏଫ ପକ୍ଷରୁ ତଲାସୀ ଅଭିଯାନ ଚାଲିଥିବା ସମୟରେ ମାଟି ତଳେ ପୋତା ହୋଇ ରଖାଯାଇଥିବା ବିପୁଳ ପରିମାଣର ବିସ୍ପୋରକ ସାମଗ୍ରୀ ଜିଲୋଟିନ, ଡିଟୋନେଟର,ତାର ଟିଫିନ ବୋମା,ମାଓ ପୋଷାକ ,ମାଓ ପୁସ୍ତିକା ଜବତ କରିଛି ବିଏସଏଫ। ଏହି ସବୁ ବିସ୍ପୋରକ ସାମଗ୍ରୀ କୁ ମାଓବାଦୀ ଜଙ୍ଗଲରେ ଲୁଚେଇ ରଖିଥିବା ଅନୁମାନ କରାଯାଉଛି।

ad-week
Leave A Reply

Your email address will not be published.