ଆଜିଠୁ ସାଧାରଣ ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀମନ୍ଦିର ପଶ୍ଚିମ ଦ୍ୱାର

add-all

ପୁରୀ: ଆଜିଠୁ ସାଧାରଣ ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀମନ୍ଦିର ପଶ୍ଚିମ ଦ୍ୱାର। ଆଜିଠାରୁ ସିଂହଦ୍ୱାର ସହ ପଶ୍ଚିମ ଦ୍ୱାର ଦେଇ ମଧ୍ୟ ଶ୍ରୀମନ୍ଦିରରେ ପ୍ରବେଶର ସୁଯୋଗ ପାଇଛନ୍ତି ସମସ୍ତ ଭକ୍ତ। ସେହିଭଳି ଉତ୍ତର ଓ ଦକ୍ଷିଣ ଦ୍ୱାର ଦେଇ ପ୍ରସ୍ଥାନର ବ୍ୟବସ୍ଥା କରାଯାଇଛି ।

ଆଗାମୀ ୩ ତାରିଖ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଶ୍ରୀଜିଉଙ୍କ ଚନ୍ଦନଯାତ୍ରା ଓ ରଥ ନିର୍ମାଣର ଶୁଭାରମ୍ଭ ହେବାକୁ ଥିବା ବେଳେ ଶ୍ରଦ୍ଧାଳୁଙ୍କ ପାଇଁ ଆହୁରି ସହଜ ହୋଇଛି ଦର୍ଶନ ବ୍ୟବସ୍ଥା।

ବଡ଼ଦାଣ୍ଡରୁ ବ୍ୟାରିକେଡ୍ ହଟାଇ ନିଆଯିବାରୁ ଏହି ପଦକ୍ଷେପ ନେଇଛି ଶ୍ରୀମନ୍ଦିର ପ୍ରଶାସନ। କରୋନା କଟକଣା ପରଠୁ ପଶ୍ଚିମ ଦ୍ୱାରରେ କେବଳ ପୁରୀ ବାସିନ୍ଦାମାନେ ହିଁ ପ୍ରବେଶ ସହ ଦର୍ଶନର ସୁଯୋଗ ପାଉଥିଲେ।

ପୁରୀ ଉପଜିଲ୍ଲାପାଳ ଭବତାରଣ ସାହୁ କହିଛନ୍ତି, ଆଜି ସମସ୍ତ ଭକ୍ତଙ୍କ ପାଇଁ ପଶ୍ଚିମଦ୍ୱାର ଦେଇ ଦର୍ଶନ କରିବାର ବ୍ୟବସ୍ଥା କରାଯାଇଛି। ଭକ୍ତମାନେ ପଶ୍ଚିମ ଦ୍ୱାର ଦେଇ ମହାପ୍ରଭୁଙ୍କୁ ଦର୍ଶନ କରି ଦକ୍ଷିଣ ଦ୍ୱାର ଦେଇ ଫେରିବେ। ସେହିପରି ଭକ୍ତମଧ୍ୟ ସିଂହଦ୍ୱାର ଦେଇ ମନ୍ଦିରକୁ ପ୍ରବେଶ କରି ଉତ୍ତର ଦ୍ୱାର ଦେଇ ବାହାରି ପାରିବେ।

ad-week
Leave A Reply

Your email address will not be published.