ସରକାରୀ ଚାକିରି ପାଇଁ ଆଉ ପଡ଼ିବନି ଆବେଦନ ଦେୟ

add-all

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଅଧୀନସ୍ଥ ବିଭିନ୍ନ ପଦରେ ନିଯୁକ୍ତି ହେବା ନେଇ କରାଯାଉଥିବା ଆବେଦନ ପାଇଁ ଏଣିକି କୌଣସି ଦେୟ ପଡ଼ିବ ନାହିଁ। ଏନେଇ ରାଜ୍ୟ ସରକାର କିଛିଦିନ ତଳେ ନୀତିଗତ ନିଷ୍ପତ୍ତି ନେବା ସହ ସମସ୍ତ ବିଭାଗକୁ ଅବଗତ କରାଇଛନ୍ତି। ବିନା ଦେୟରେ ଆବେଦନକାରୀମାନେ ବିଭିନ୍ନ ସରକାରୀ ପଦ ପାଇଁ ଆବେଦନ କରିପାରିବେ।

ଏନେଇ ଗତ ୨୫ ତାରିଖରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇବା ସହ ଗେଜେଟ୍‍ ବିଜ୍ଞପ୍ତି ବିଭାଗୀୟ ମୁଖ୍ୟ, ନିର୍ଦ୍ଦେଶାଳୟ ଏବଂ ଜିଲ୍ଲାପାଳଙ୍କୁ ଚିଠି ଲେଖି ଅବଗତ କରାଯାଇଛି।

ad-week
Leave A Reply

Your email address will not be published.