୧୫ ଜୁଲାଇରେ ଆସିବ ମିତାଲି ରାଜଙ୍କ ବାୟୋପିକ ‘ସାବାସ ମିଠୁ’

add-all

ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟ ଟିମର ଅଧିନାୟକ ମିତାଲି ରାଜଙ୍କ ବାୟୋପିକ ‘ସାବାସ ମିଠୁ’ ଚଳିତ ବର୍ଷ ୧୫ ଜୁଲାଇରେ ରିଲିଜ ହେବ। ମିତାଲି ନିଜେ ଟ୍ୱିଟ କରି ଏହି ଫିଲ୍ମର ରିଲିଜ ତାରିଖ ଖୁଲାସା କରିଛନ୍ତି। ଏହି ଚଳଚ୍ଚିତ୍ରରେ ଅଭିନେତ୍ରୀ ତାପସୀ ପନ୍ନୁ ମିତାଲିଙ୍କ ଭୂମିକାରେ ଦେଖିବାକୁ ମିଳିବେ। ସେହିପରି ଅନୁଭୂତି ସମ୍ପନ୍ନ ଭାରତୀୟ ଦ୍ରୁତ ବୋଲର ଝୁଲଣ ଗୋସ୍ୱାମୀଙ୍କ ଏକ ବାୟୋପିକ ଚଳିତ ବର୍ଷ ୧୩ ଡିସେମ୍ବରରେ ରିଲିଜ ଅପେକ୍ଷାରେ ଅଛି। ତାଙ୍କ ଉପରେ ହେଉଥିବା ବାୟୋପିକରେ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ।
ମିତାଲି ଏନେଇ ଏକ ପୋଷ୍ଟର ସହ ଟ୍ୱିଇଟ କରିଛନ୍ତି। ସେ ଲେଖିଛନ୍ତି ‘ଏକ ସ୍ୱପ୍ନ ସହ ଥିବା ଗୋଟିଏ ଝିଅ ଠାରୁ କିଛି ବି ଶକ୍ତିଶାଳୀ ନାହିଁ। ଏହା ଏକ ଏଭଳି ଝିଅର କାହାଣୀ ଯିଏ ବ୍ୟାଟ ସହ ତାର ସ୍ୱପ୍ନର ପିଛା କରିଛି ଏବଂ ଭଦ୍ରଲୋକଙ୍କ ଖେଳକୁ ବଦଳାଇ ଦେଇଛି। ସବାସ ମିଠୁ ଆସନ୍ତା ଜୁଲାଇ ୧୫ ତାରିଖରେ ସିନେମା ଘରେ ଥିବ।’
ସୂଚନା ଥିଉକି, ମିତାଲି ୨୩୨ ଅନ୍ତର୍ଜାତୀୟ ମହିଳା ଏକଦିବସୀୟରେ ଅଧିନାୟକ ଭୂମିକା ନେଇଛନ୍ତି। ୫୦.୬୮ ହାରରେ ମୋଟ ୭୮୦୫ ରନ କରିଛନ୍ତି। ଯାହା ମଧ୍ୟରେ ଡାହାଣ ହାତି ଏହି ଖେଳାଳିଙ୍କର ୬୪ ଅର୍ଦ୍ଧଶତକ ଓ ୭ ଶତକ ରହିଛି। ୮୯ ଟି୨୦ ଓ ୧୨ ଟେଷ୍ଟରେ ସେ ଯଥାକ୍ରମେ ୨୩୬୪ ରନ୍ ଓ ୬୯୯ ରନ କରିଛନ୍ତି।

ad-week
Leave A Reply

Your email address will not be published.