ଜିଲ୍ଲାସ୍ତରୀୟ ଅକ୍ଷୟ ତୃତୀୟା ଦିବସ ପାଳିତ : କୃଷକ ହେଉଛନ୍ତି ଦେଶର ପ୍ରକୃତ ହିରୋ…

add-all


ହିଞ୍ଜିଳିକାଟୁ : ବୈଶାଖ ମାସ ଶୁକ୍ଳପକ୍ଷ ତୃତୀୟାକୁ ଅକ୍ଷୟ ତୃତୀୟା କୁହାଯାଏ । ଏହି ଦିନ ଚାଷୀ ଅଖୁମୁଠି ଅନୁକୂଳ କରି ବର୍ଷର ଚାଷ କାମ ଆରମ୍ଭ କରିଥାନ୍ତି । ତେଣୁ ଏହାକୁ କୃଷିଭିତ୍ତିକ ପର୍ବ ବା କୃଷକଙ୍କ ପର୍ବ ବୋଲି କୁହାଯାଏ । ଚାଷୀ ପୂଜା ସାମଗ୍ରୀ ନେଇ ଚାଷ କ୍ଷେତକୁ ଯାଇଥାଏ ।ବିଲରେ ବିହନ ବୁଣି ମା’ ଲକ୍ଷ୍ମୀଙ୍କୁ ପୂଜାର୍ଚ୍ଚନା କରିଥାନ୍ତି । ଐଶାନ୍ୟ କୋଣରେ ହଳ ବୁଲାଇବା ସହ ମୁଠା ମୁଠା ବିହନ କ୍ଷେତରେ ବୁଣିଥାନ୍ତି । ଏହାକୁ ଅଖ୍ୟମୁଠି ବୋଲି କୁହାଯାଏ । ଏହି ଅବସରରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ମଙ୍ଗଳବାର ହିଞ୍ଜିଳିକାଟୁ ବ୍ଲକ୍ ସାରୁ ଠାରେ ଜିଲ୍ଲା ସ୍ତରୀୟ ଅକ୍ଷୟ ତୃତୀୟା (କୃଷକ ଦିବସ) ପାଳନ କରାଯାଇଛି । ବ୍ଳକ୍ କୃଷି ଅଧିକାରୀ ବଳରାମ ସୁବୁଦ୍ଧିଙ୍କ ତତ୍ତ୍ଵାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅଞ୍ଜଳି ସ୍ବାଇଁ, ହିଞ୍ଜିଳିକାଟୁ ପୈାରାଧ୍ୟକ୍ଷ ସୁବାଷ ଚନ୍ଦ୍ର ପୋଲାଇ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଦୂର୍ଯ୍ୟୋଧନ ତାପଙ୍ଗ, ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ଡାକ୍ତର ଦେବରାଜ ବେହେରା, ଜଳଛାୟା ମିଶନ ପ୍ରକଳ୍ପ ନିର୍ଦ୍ଦେଶକ ଶୁଭେନ୍ଦୁ କୁମାର ଦାଶ, ଜିଲ୍ଲା ମତ୍ସ୍ୟ ଅଧିକାରୀ ନିମାଇଁ ଚରଣ ବସ୍ତିଆ, ଉଦ୍ୟାନ ଉପ ନିର୍ଦ୍ଦେଶକ ଶରତ ଚନ୍ଦ୍ର ବେହେରା ପ୍ରମୁଖ ମଞ୍ଚାସିନ ଥିଲେ ।
କୃଷକ ବଞ୍ଚିଲେ ଦେଶ ବଞ୍ଚିବ | କୃଷକମାନେ ହିଁ ଦେଶର ମେରୁଦଣ୍ଡ ସମଗ୍ର ବିଶ୍ବକୁ ଖାଦ୍ୟ ଯୋଗାଇ କ୍ଷୁଦା ମୁକ୍ତି ସମାଜ ଗଠନ ରେ କୃଷକ ଙ୍କ ଅବଦାନ ଅତୁଳନୀୟ ।
ପରେ ଅକ୍ଷିମୂଠି ଅନୁକୂଳ କରିବା ସହ ଧାନ ବୁଣି ଏବଂ ହଳ ଲଙ୍ଗଳ ଧରି ମଞ୍ଚାସିନ ଅତିଥି ମାନେ ଚାଷକାର୍ଯ୍ୟ ଆରମ୍ଭ କରିଥିଲେ । ତହସିଲଦାର ପ୍ରଭାତ କୁମାର ପରିଡା, ବିଡିଓ ସୁବ୍ରତ କୁମାର ଜେନା, ପୈାର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ ମନୋରଞ୍ଜନ ସାହୁ, ଜିଲ୍ଲା ବିଜେଡ଼ି ଉପସଭାପତି ଡି ବିଶ୍ବନାଥ, ପୂର୍ବତନ ବ୍ଳକ ଅଧ୍ୟକ୍ଷ ଏନ୍ ରଘୁନାଥ, ଦାରୁଭଦ୍ରା ସରପଞ୍ଚ ବିକାଶ ସେଠି, ସାରୁ ସରପଞ୍ଚ ନିଳାଞ୍ଚଳ ସାହୁ, ନନ୍ଦିକ ସରପଞ୍ଚ କୃଷ୍ଣ ଭଉଳ, ବଡଖଣ୍ଡି ସମିତି ସଭ୍ୟ ଏସ ଲାଛେୟା ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ସହକାରୀ କୃଷି ଅଧିକାରୀ ଅମର ପ୍ରସାଦ ସାହୁ ପରିଚାଳନା କରିଥିବା ବେଳେ କୃଷି କାର୍ଯ୍ୟାଳୟର କର୍ମଚାରୀ ମାନେ ସହଯୋଗ କରିଥିଲେ ।

ad-week
Leave A Reply

Your email address will not be published.