କୃଷ୍ଣ ଚନ୍ଦ୍ର ମେଡିକାଲ ଷ୍ଟୋର ଉଦଘାଟନ ଉତ୍ସବ ରେ ରାଇମୋହନ…


ପାତ୍ରପୁର-: ପାତ୍ରପୁର ବସ ଷ୍ଟାଣ୍ଡ ଛକ ପାର୍ଶ୍ଵରେ ଅବସ୍ଥିତ କୃଷ୍ଣ ଚନ୍ଦ୍ର ମେଡିକାଲ ଷ୍ଟୋର ଆଜି ପୂର୍ବତନ ବାଚସ୍ପତି ଚିନ୍ତାମଣି ଦ୍ୟାନ ସାମନ୍ତରା ଙ୍କ ଦ୍ଵାରା ଆନୁଷ୍ଠାନିକ ଭାବେ ଉଦଘାଟନ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମରେ ରାଇମୋହନ ପରିଡା ମୂଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଦିଗପହଣ୍ଡି ପୌର ଅଧ୍ୟକ୍ଷ ପ୍ରଫୁଲ୍ଲ ଚନ୍ଦ୍ର ପଣ୍ଡା, ପ୍ରଫୁଲ୍ଲ ପତି ଏବଂ କୃଷ୍ନ ଚନ୍ଦ୍ର ମେଡିକାଲ ଷ୍ଟୋର ଅଧ୍ୟକ୍ଷ ଏ ମୂରଲୀ ପ୍ରମୁଖ ମଞ୍ଚାସିନ ଥିଲେ।ଏହି ଔଷଧ ଦୋକାନ ଅଞ୍ଚଳର ସେବା ଯୋଗାଇ ସୁଦୃଢ଼ ହେଉ ବୋଲି ଚିନ୍ତାମଣି ଦ୍ୟାନ ସାମନ୍ତରା ନିଜ ବକ୍ତବ୍ୟରେ ପ୍ରକାଶ କରିଥଲେ।ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଅଭିନୟ ଜଗତର ଜଣେ ଖ୍ୟାତନାମା ଖଳ ନାୟକ ଅଭିନେତା ରାଇମୋହନ ପରିଡା ଯୋଗ ଦେଇ ଦର୍ଶକ ଙ୍କୁ ଆକୃଷ୍ଟ କରିଥଲେ। ପାତ୍ରପୁର ବଣିକ ସଂଘ ପକ୍ଷରୁ ପୁଷ୍ପହାର ଦେ଼ଇ ସ୍ବାଗତ କରାଯାଇଥିବାବେଳେ ଗଞ୍ଜାମ ଜିଲ୍ଲାର ଦର୍ଶକ ଙ୍କୁ ଭୂରି ଭୂରି ପ୍ରଶଂସା କରିବା ସହ କୃଷ୍ଣ ଚନ୍ଦ୍ର ମେଡିକାଲ ଷ୍ଟୋର ଉଦଘାଟନ ସମାରୋହ ରେ ଯୋଗ ଦେଇ ରାଇମୋହନ ପରିଡା ନିଜକୁ ଧନ୍ୟ ମନେ କରିଥଲେ। ଏହି ଔଷଧ ଦୋକାନ ଅଞ୍ଚଳ ର ଗରୀବ ବନ୍ଧୁ ମାନଙ୍କ ସାଥି ଭାବେ ସୁଲଭ ମୂଲ୍ୟରେ ଅର୍ଥାତ୍ ୧୫% ଛାଡ଼ ରେ ଔଷଧ ଯୋଗାଇବ ବୋଲି ରବିନ୍ଦ୍ର ଦ୍ୟାନ ସାମନ୍ତରା କହିଛନ୍ତି। କାର୍ଯ୍ୟକ୍ରମରେ ଅଞ୍ଚଳ ରୁ ବହୁ ଜଣାଶୁଣା ବ୍ୟକ୍ତି ଯୋଗ ଦେଇଥିବା ବେଳେ ସପନ ପ୍ରଧାନ ଓ ନୀଳାଞ୍ଚଳ ପଟ୍ଟନାୟକ ମଞ୍ଚ ପରିଚାଳନା କରିଥିଲେ। ମାରୁତି ଦ୍ୟାନ ସାମନ୍ତରା ଧନ୍ୟବାଦ୍ ଅର୍ପଣ କରିଥଲେ।

ad-week
Leave A Reply

Your email address will not be published.