ଛୋଟ ପିଲାଙ୍କୁ ବି ଦିଆଯିବ କରୋନାର ବୁଷ୍ଟର ଡୋଜ୍‌! ପରୀକ୍ଷଣ ପାଇଁ ଅନୁମତି ମାଗିଲା ଭାରତ ବାୟୋଟେକ

add-all

ନୂଆଦିଲ୍ଲୀ: ମହାମାରୀ କରୋନା ବିରୋଧରେ ୨ରୁ ୧୮ ବର୍ଷ ବର୍ଗରେ ଥିବା ପିଲାମାନଙ୍କୁ ମଧ୍ୟ ଦିଆଯାଇପାରେ ଟିକାର ବୁଷ୍ଟର ଡୋଜ୍‌। କାରଣ ଛୋଟ ପିଲାଙ୍କ କ୍ଷେତ୍ରରେ ବୁଷ୍ଟର ଡୋଜ୍‌ର ପରୀକ୍ଷଣ ପାଇଁ ଅନୁମତି ମାଗିଛି ଭାରତ ବାୟୋଟେକ। ଛୋଟ ପିଲାଙ୍କ ଉପରେ କୋଭାକ୍ସିନ ଟିକାର ବୁଷ୍ଟର ଡୋଜ୍‌ ପରୀକ୍ଷଣ ପାଇଁ ଭାରତ ବାୟୋଟେକ ଡିସିଜିଆଇକୁ ଚିଠି ଲେଖି ଅନୁମତି ଲୋଡ଼ିଛି। ଡିସିଜିଆଇର ଅନୁମତି ମିଳିଲେ କମ୍ପାନୀ ପକ୍ଷରୁ ତୁରନ୍ତ ପରୀକ୍ଷଣ ଆରମ୍ଭ ହେବ। ଏହାପରେ ଜରୁରିକାଳୀନ ବ୍ୟବହାର ପାଇଁ ଅନୁମତି ମଗାଯିବ।
ଗତ ମାସରେ ଡିସିଜିଆଇ କୋଭାକ୍ସିନ ଟିକାକୁ ୬ରୁ ୧୨ ବର୍ଷ ପିଲାଙ୍କ କ୍ଷେତ୍ରରେ ସର୍ତ୍ତମୂଳକ ବ୍ୟବହାର ପାଇଁ ଅନୁମତି ଦେଇଥିଲା। ସେହିପରି ୨୦୨୧ ଡିସେମ୍ବର ମାସରୁ ସରକାର କୋଭାକ୍ସିନକୁ ୧୨ରୁ ଅଧିକ ବର୍ଷ ବୟସର ପିଲାଙ୍କ କ୍ଷେତ୍ରରେ ବ୍ୟବହାର କରିବାକୁ ଅନୁମତି ଦେଇଛନ୍ତି। କୋଭାକ୍ସିନକୁ ସରକାର ଛୋଟ ପିଲାଙ୍କ କ୍ଷେତ୍ରରେ ବ୍ୟବହାର କରିବାକୁ କହିଥିବାରୁ ଏବେ କମ୍ପାନୀ ଏହାର ବୁଷ୍ଟର ଡୋଜ୍‌ ପରୀକ୍ଷଣ ପାଇଁ ଚାହୁଁଛି।
ସୂଚନାଯୋଗ୍ୟ, ଜାନୁଆରୀ ୧୦ରୁ ଭାରତରେ ସମ୍ମୁଖ ଯୋଦ୍ଧା, ସ୍ୱାସ୍ଥ୍ୟକର୍ମୀ ଓ ୬୦ ବର୍ଷରୁ ଅଧିକ ବୟସ୍କ ବହୁବିଧ ରୋଗରେ ପୀଡ଼ିତ ଲୋକଙ୍କ କରୋନା ବିରୋଧରେ ବୁଷ୍ଟର ଡୋଜ୍‌ ନେବାକୁ ଅନୁମତି ମିଳିଛି। ମାର୍ଚ୍ଚ ମାସରେ ବହୁବିଧ ରୋଗର ସର୍ତ୍ତକୁ ଉଠାଇ ଦିଆଯାଇଥିଲା। ଏବେ ୧୮ ବର୍ଷରୁ ଅଧିକ ବୟସ୍କଙ୍କୁ ମଧ୍ୟ ବୁଷ୍ଟର ଡୋଜ୍‌ ନେବାକୁ ଅନୁମତି ମିଳିଛି। ଦୁଇଟି ଡୋଜ୍‌ ନେବାର ୯ମାସ ପରେ ହିଁ ଜଣେ ବୁଷ୍ଟର ଡୋଜ୍‌ ନେଇପାରିବେ ବୋଲି ସରକାର କହିଛନ୍ତି।

ad-week
Leave A Reply

Your email address will not be published.