ହିଞ୍ଜିଳିକାଟୁ ମୁନିସୀପାଲଟିର ଗୃହ ପ୍ରବେଶ କାର୍ଯ୍ୟକ୍ରମ…

add-all

ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ପୌରପରିଷଦର ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ନିର୍ମାଣ ନିମନ୍ତେ ପ୍ରଦାନ କରାଯାଇଥିବା ଗୃହ ପ୍ରବେଶ କାର୍ଯ୍ୟକ୍ରମ ନିର୍ବାହୀ ଅଧିକାରୀ ଡଃ ମନୋରଞ୍ଜନ ସାହୁ ଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥ୍‌ ଭାବେ ପୌରପରିଷଦ ଅଧ୍ୟକ୍ଷ ସୁଵାସ ପଲେଈ ଯୋଗଦେଇ ପୌରପରିଷଦର ୧୮ ନଂୱାର୍ଡ ର ହିତାଧିକାରୀ ଚୌଧୁରୀ ବାଡତ୍ୟା ଓ ହାଡୁ ଵାଡତ୍ୟା ହିତାଧିକାରୀଙ୍କ ନବନିର୍ମିତ ଘରକୁ ଯାଇ ଉଦ୍‌ଘାଟନ କରିଛନ୍ତି। ସମ୍ମାନିତ ଅତିଥ ଭାବେ ପୌରପରିଷଦ ଉପାଧ୍ୟକ୍ଷା ସୁଚିତ୍ରା ପଣ୍ଡା ଯୋଗ ଦେଇଥିଲେ। ଏହି ଅବସରରେ ୮ ଜଣ ହିତାଧିକାରୀଙ୍କ ନବନିର୍ମିତ ଗୃହକୁ ଅତିଥିମାନେ ଉଦ୍‌ଘାଟନ କରିଥିଲେ। ଏହି ଅଵସରରେ ହିଞ୍ଜିଳିକାଟୁ ପୌରପରିଷଦର ୧୦ ଗୋଟି ମହିଳା ଏସ ଏସ ଜି ଗୃପକୁ ଵର୍ଷାଜଳ ସଂରକ୍ଷିତ ନିମନ୍ତେ କାର୍ଯ୍ୟାଦେଶ ଵଣ୍ଟନ ଓ ନୂତନ କାର୍ଯ୍ୟ ଳିମନ୍ତେ ଭୁମି ପୁଜନ କରାଯାଇଛି। ଏହାକୁ ବିଭାଗୀୟ ଯନ୍ତ୍ରୀ ଦିଲ୍ଲିପ କୁମାର ମିଶ୍ର, ଯନ୍ତ୍ରୀ ମାନସ ରଞ୍ଜନ ଦାସ, ସିକେଟିସି ସୁଜିତ କୁମାର ଭଟ୍ଟମିଶ୍ର, ସଂଯୋଜକ ମାନସ ଦିଗାଲ, ମୁକ୍ତା ଵିଭାଗର ନୋଡାଲ ଅଧିକାରୀ ସୁନିଲ ନାହାକ, କର ଆଦାୟକାରୀ ବିବେକାନନ୍ଦ ମହାପାତ୍ର ଓ କିଶାନ ପାତ୍ର ଙ୍କସମେତ ହିଞ୍ଜିଳିକାଟୁ ପୌରପରିଷଦ କର୍ମଚାରୀମାନେ ପରିଚାଳନା କରିଥିଲେ।

ad-week
Leave A Reply

Your email address will not be published.