ପିଲାଙ୍କ ମଧ୍ୟାହ୍ନ ଭୋଜନରେ ପଚା ଅଣ୍ଡା, ପୋକା ବାଇଗଣ ଓ ପଚା ଆଳୁ

add-all

ବଲାଙ୍ଗିର: ଶିକ୍ଷା କ୍ଷେତ୍ରରେ ଉନ୍ନତି ସହ ପିଲାମାନଙ୍କୁ ସ୍କୁଲ ମୁହାଁ କରିବା ଲକ୍ଷ୍ୟରେ ସରକାର ଆରମ୍ଭ କରିଛନ୍ତି ମଧ୍ୟାନ୍ନ ଭୋଜନ ଯୋଜନା। ପିଲାଙ୍କୁ ଉନ୍ନତ ମାନର ଖାଦ୍ୟ ଯୋଗାଇ ଦେବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ମଧ୍ୟ ହେଉଛି। ହେଲେ କିଛି ଅସାଧୁ ବ୍ୟକ୍ତିଙ୍କ ପାଇଁ ପିଲାଙ୍କ ଖାଦ୍ୟ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ମଧ୍ୟାହ୍ନ ଭୋଜନ ଆଳରେ ପିଲାଙ୍କୁ ଦିଆଯାଉଛି ପଚା ଅଣ୍ଡା, ପାଣିଆ ଡାଲି, ପଚା ଆଳୁ ଓ ପୋକରା ବାଇଗଣ। ବଲାଙ୍ଗିର ଜିଲ୍ଲା ଗାନ୍ଧିନଗରପଡା ପ୍ରାସିଙ୍ଗ୍ ପ୍ରାଥମିକ ବିଦ୍ୟାଳୟରୁ ଏଭଳି ଏକ ସଙ୍ଗୀନ ଅଭିଯୋଗ ଆସିଛି।

ଆଜି ପ୍ରାସିଙ୍ଗ୍ ପ୍ରାଥମିକ ବିଦ୍ୟାଳୟରରେ ପିଲାମାନଙ୍କୁ ମଧ୍ୟାହ୍ଣ ଭୋଜନରେ ପଚା ଅଣ୍ଡା, ପାଣିଆ ଡାଲି ଓ ପଚା ଆଳୁ ଓ ପୋକରା ବାଇଗଣ ରୋଷେଇ କରି ଖାଇବାକୁ ଦିଆଯାଇଥିଲା। ପିଲାମାନେ ଖାଇବା ବେଳେ ଅଣ୍ଡା ତରକାରୀରୁ ଗନ୍ଧ ବାହାରିବାରୁ ନ ଖାଇ ପଳାଇ ଆସିଥିଲେ। କେତେକ ପିଲା ପଚା ଅଣ୍ଡା ଖାଇ ମଧ୍ୟ ବାନ୍ତି କରିଥିଲେ। ପରେ ପ୍ରଧ୍ୟାନ ଶିକ୍ଷୟିତ୍ରୀ ପିଲାମାନଙ୍କୁ ବିସ୍କୁଟ କିଣି ଆଣି ଖାଇବାକୁ ଦେଇଥିଲେ। ସ୍ୱୟଂ ସହାୟକ ଗୋଷ୍ଠୀ ପକ୍ଷରୁ ଏପରି ଖାଦ୍ୟ ରୋଷେଇ କରି ଦିଆଯାଇଥିଲା।

ad-week
Leave A Reply

Your email address will not be published.