ବନ୍ଦ ହେଉନି ରାଜ ଠାକରେଙ୍କ ତୁଣ୍ଡ, ପୁଣି ଗର୍ଜିଲେ

add-all

ମୁମ୍ବାଇ: ମସଜିଦରୁ ଲାଉଡସ୍ପିକର ହଟାଇବା ପାଇଁ ଭିନ୍ନଭିନ୍ନ ପ୍ରକାରରେ ଧମକ ଦେଇ ଚାଲିଥିବା ମହାରାଷ୍ଟ୍ର ନବ ନିର୍ମାଣ ସେନାର ମୁଖ୍ୟ ରାଜ ଠାକରେଙ୍କ ତୁଣ୍ଡ ବନ୍ଦ ହେବାର ନାଁ ଧରୁନି। ସରକାରଙ୍କ ଚେତାବାନୀ ଓ ପୁଲିସ୍‌ର ନୋଟିସ ସତ୍ତ୍ୱେ ସେ ଆଜି ପୁଣି ମସଜିଦରେ ଲାଗିଥିବା ଲାଉସ୍ପିକର ନେଇ ଗର୍ଜିଛନ୍ତି। ତାଙ୍କ ପାର୍ଟି ଲାଉଡ ସ୍ପିକର ବିବାଦରେ ଏକାକୀ ହୋଇ ଯାଇଛି। ଏଥିସହ ତାଙ୍କ ଦଳର କ୍ୟାଡରମାନଙ୍କୁ ରାଜ୍ୟ ସରକାର ଟାର୍ଗେଟ କରୁଥିବା ଶ୍ରୀ ଠାକରେ କହିଛନ୍ତି।
ସେ କହିଛନ୍ତି, “ରାଜ୍ୟର ବିଭିନ୍ନ ସ୍ଥାନରୁ ମୋ ପାଖକୁ କଲ ଆସୁଛି। ମୋ କ୍ୟାଡରମାନଙ୍କୁ ଅଟକ ରଖାଯାଇଛି। କାହିଁକି ଆମ ସହ ଏମିତି ଘଟୁଛି? ଯେଉଁମାନେ ଆଇନକୁ ପାଳନ କରୁଛନ୍ତି, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଏମିତି ଅନେକ ସ୍ଥାନ ରହିଛି ଯେଉଁଠି ଅଜାନ ବିନା ଲାଉଡ ସ୍ପିକରରେ ପଢ଼ାଯାଇଛି। ଆମ ଲୋକମାନେ ସବୁ କିଛିକୁ ଗ୍ରହଣ କରିବା ପାଇଁ ପ୍ରସ୍ତୁତ। ମୁଁ ସମସ୍ୟାକୁ ବୁଝି ପାରିଥିବା ସବୁ ଲୋକଙ୍କୁ ଧନ୍ୟବାଦ ଜଣାଉଛି।”
ମହାରାଷ୍ଟ୍ର ଗୃହ ବିଭାଗର ତଥ୍ୟ ଅନୁଯାୟୀ, ମୁମ୍ବାଇରେ ୧୧୪୦ଟି ମସଜିଦ ରହିଛି ଓ ଏହା ମଧ୍ୟରୁ ୧୩୫ଟିରେ ଆଜି ଲାଉଡ ସ୍ପିକର ଦ୍ୱାରା ଅଜାନ ପଢ଼ାଯାଇଛି। ଯଦି ସେମାନେ ସୁପ୍ରିମକୋର୍ଟଙ୍କ ନିୟମର ଉଲ୍ଲଙ୍ଘନ କରିଥିବେ, ତା’ହେଲେ ମସଜିଦର କର୍ତ୍ତୃପକ୍ଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଭାଗ କହିଛି। ସେହିପରି ଅଜାନ ବିରୋଧରେ ଧମକ ଦେଇ ବିଶୃଙ୍ଖଳା ସୃଷ୍ଟି କରିବାକୁ ଚେଷ୍ଟା କରୁଥିବା ପ୍ରାୟ ୧୮ ହଜାର ନବ ନିର୍ମାଣ ସେନାର କର୍ମୀଙ୍କୁ ୧୪୯ ଧାରାରେ ନୋଟିସ କରାଯାଇଥିବା ଜଣାପଡ଼ିଛି।
ଆଜି ମୁମ୍ବାଇରେ ଥିବା ୧୩୫ଟି ମସଜିଦ କର୍ତ୍ତୃପକ୍ଷ ଅଜାନ ବେଳେ ସୁପ୍ରିକୋର୍ଟଙ୍କ ଗାଇଡଲାଇନ ଉଲ୍ଲଙ୍ଘନ କରିଥିଲେ ବୋଲି ରାଜ ଠାକରେ ଅଭିଯୋଗ କରିଛନ୍ତି। ସେ କହିଛନ୍ତି, “ପୁଲିସ୍‌ ବେଆଇନ ଭରବେ ଲାଉଡ ସ୍ପିକରୁ ଅନୁମତି ଦେଉଛି। ଦିନକରେ ଲାଉଡ ସ୍ପିକର ଦ୍ୱାରା ୫ଥର ଅଜାନ ପଢ଼ିବା ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶନାମାର ଉଲ୍ଲଙ୍ଘନ।
ଯଦି ଅଜାନ ଲାଉଡ ସ୍ପିକରରେ ବାଜିବ, ତା’ହେଲେ ହନୁମାନ ଚାଳିଶା ଆମ୍ପିଲିଫାୟରେ ୨ ଗୁଣା ସାଉଣ୍ଡ ଦେଇ ପଢ଼ାଯିବ। ଯୋଗୀ ଆଦିତ୍ୟନାଥ ଉତ୍ତର ପ୍ରଦେଶରେ ଲାଉଡ ସ୍ପିକର ବନ୍ଦ କରିଛନ୍ତି। କାହିଁକି ଆପଣ(ସରକାର) ଏଠାରେ ସମାନ ପଦକ୍ଷେପ ନେଇପାରିବେ ନାହିଁ? ମୁଁ କେବେ ହେଲେ ଅଜାନ ବିରୋଧରେ ନାହିଁ। ମୁଁ କେବଳ ଲାଉଡ ସ୍ପିକରକୁ ବିରୋଧ କରୁଛି।”

ad-week
Leave A Reply

Your email address will not be published.