ବିଦ୍ୟୁତର ଲୁଚକାଳୀ ଖେଳ : ସରକାରୀ ନିୟମ କୁ ଫୁ..!ହନ୍ତସନ୍ତ ଛାତ୍ରଛାତ୍ରୀ ଓ ଜନସାଧାରଣ…

add-all

ଦାରିଙ୍ଗବାଡ଼ି : ବିଦ୍ୟୁତ ବିଭାଗର ମନମାନି ଯୋଗୁଁ ଗ୍ରାମାଞ୍ଚଳର ଜନସାଧାରଣ ଅଧିକାଂଶ ସମୟ ଅନ୍ଧାରରେ ରହୁଥିବା ବେଳେ ଏବେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ମଧ୍ୟ ଅନ୍ଧକାର ଆଡକୁ ମାଡି ଯାଉଛି । ବର୍ତମାନ ଦଶମ ଓ ଦ୍ଵାଦଶ ବୋର୍ଡ ପରୀକ୍ଷା ଚାଲୁ ରହିଥିବା ବେଳେ ସଠିକ ଭାବେ ବିଦ୍ୟୁତ ରହୁନଥିବା ଯୋଗୁଁ ଛାତ୍ରଛାତ୍ରୀ ମାନେ ଠିକ ସେ ପାଠ ପଢିପାରୁନାହାନ୍ତି । ବହୁ ଦିନ ହେବ ରାତି ତମାମ ବିଦ୍ୟୁତ ବିଚ୍ଛିନ୍ନ ରହୁଛି । ବ୍ରାହ୍ମଣୀଗାଁ ଅଂଚଳରେ ରହିଥିବା ୮ ଗୋଟି ପଞ୍ଚାୟତର ଅଂଚଳର ଅବସ୍ଥା ନକହିବା ଭଲ । ଅନ୍ୟ ପଟେ ସିମନବାଡ଼ି, ବୁଡାଗୁଡା, ତିଲୋରୀ ଓ ଗୁମିକିଆ ପଂଚାୟତର ସ୍ଥିତି ମଧ୍ୟ ସମାନ । ସାଉଥକୋ ଠାରୁ ଟାଟାପାୱାର ଦାଇତ୍ୱ ନେବା ପରେ ଅଧିକ କର୍ମଚାରୀ ନିଯୁକ୍ତି ହୋଇଥିଲେ ସୁଦ୍ଧା କର୍ମଚାରୀ ମାନେ ସେମାନଙ୍କ ମନମାନି କରୁଛନ୍ତି । ରାତ୍ର ସମୟରେ କରେଣ୍ଟ ଗଲେ ସଠିକ ଭାବେ ପେଟ୍ରୋଲିଂ କରୁନଥିବା ଅଭିଯୋଗ ହେଉଛି । ଏପରିକି ଏହାର ତଦାରଖ ମଧ୍ୟ କରୁନାହାନ୍ତି । ଯଦ୍ୱାର ରାତି ତମାମ ବିଦ୍ୟୁତ କାଟ ହୋଇ ଅନ୍ଧକାର ରହୁଛି। ଏଭଳି ବିଦ୍ୟୁତ କାଟ ହେବା ଦ୍ୱାରା ମୁଖ୍ୟତଃ ଛାତ୍ରଛାତ୍ରୀ ମାନେ ପାଠପଢା ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଗରମ ଦିନ ଥିବାରୁ ଫ୍ୟାନ ନଲାଗିବା ଫଳରେ ଲୋକେ ରାତି ତମାମ ସୋଇ ପାରୁନାହାନ୍ତି । ଘର ବାହାରେ ବସି ବସି ରାତି ବିତାଉଛନ୍ତି । ଏଭଳିକି ଯାହାର ଇନଭର୍ଟର ଅଛି ଚାର୍ଜ ସରିଯାଉଛି ପଛେ କରେଣ୍ଟର ଦେଖା ମିଳୁନାହିଁ । ବିଦ୍ୟୁତ ବିଭାଗର ଏଭଳି ମନମାନି ଯୋଗୁଁ ଅଂଚଳବାସୀ ଅତିଷ୍ଠ ହେବା ସହ ଆଗାମୀ ଦିନରେ ଅଂଚଳର ଛାତ୍ରଛାତ୍ରୀ ସମେତ ଅଭିଭାବକ ମାନେ ରାଜରାସ୍ତା ଅବରୋଧ କରି ଏହାର ପ୍ରତିବାଦ କରିବେ ବୋଲି ବିଦ୍ୟୁତ ବିଭାଗକୁ ଚେତେଇ ଦେଇଛନ୍ତି ।

ad-week
Leave A Reply

Your email address will not be published.