ରୁଷ ଠାରୁ ଅତି ଶସ୍ତାରେ ତେଲ କିଣିବାକୁ ଚାହୁଁଛି ଭାରତ

add-all

ନୂଆଦିଲ୍ଲୀ: ୟୁକ୍ରେନ ସହ ଯୁଦ୍ଧ କରୁଥିବା ରୁଷ ଉପରେ ଭାରତ ଚାପ ପକାଇବା ଆରମ୍ଭ କରିଛି। ଭାରତକୁ ଶସ୍ତାରେ ଅଶୋଧିତ ତୈଳ ଯୋଗାଇ ଦେବ ବୋଲି ରୁଷ କହିଥିଲା। ଏହାର ଫାଇନା ଉଠାଇ ଏବେ ଭାରତ ବ୍ୟାରିଲ ପିଛା ୭୦ ଡଲାରରୁ କମ୍‌ ଦାମରେ ରୁଷ ଠାରୁ ତେଲ କିଣିବାକୁ ଚାହୁଁଛୁ। ଏନେଇ ଭାରତ ପକ୍ଷରୁ ରୁଷ ଉପରେ ଚାପ ମଧ୍ୟ ପକା ଯାଉଥିବା ରିପୋର୍ଟ ପ୍ରକାଶ ପାଇଛି।
ମିଳିଥିବା ସୂଚନା ଅନୁଯାୟୀ, ବର୍ତ୍ତମାନ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ବ୍ୟାରେଲ ପିଛା ଦାମ ୧୦୫ ଡଲାର ରହିଛି। ହେଲେ ରୁଷ ଠାରୁ ଭାରତ ସରକାର ବ୍ୟାରେଲ ପିଛା ୭୦ ଡଲାରରୁ କମ ଦାମରେ ତୈଳ ଆମଦାନୀ କରିବାକୁ ଚାହୁଁଛନ୍ତି। ଏହାଦ୍ୱାରା ଲୋକଙ୍କ ପାଖରେ ମଧ୍ୟ କମଦାମରେ ପେଟ୍ରୋଲ ଓ ଡିଜେଲ ପହଞ୍ଚି ପାରିବ। ଭାରତର ଏପରି ପ୍ରସ୍ତାବ ଉପରେ ଏବେ ଦୁଇ ଦେଶ ମଧ୍ୟରେ ଉଚ୍ଚସ୍ତରୀୟ ବୈଠକ ଆରମ୍ଭ ହୋଇଥିବା କୁହାଯାଉଛି।
ୟୁକ୍ରେନ ଉପରେ ହମଲା କରିବା ଦିନ ଠାରୁ ରୁଷ ଠାରୁ ଉଭୟ ଘରୋଇ ଓ ସରକାରୀ ରିଫାଇନାରୀଗୁଡ଼ିକ ୪୦ ମିଲିୟନ ବ୍ୟାରେଲରୁ ଅଧିକ ତୈଳ ଆମଦାନୀ କରି ସାରିଲେଣି। ୨୦୨୧ରେ ଯେତିକି ତୈଳ ଆମଦାନୀ ହୋଇଥିଲା, ତା’ଠାରୁ ପ୍ରାୟ ୨୦% ଅଧିକ ତେଲ ବର୍ତ୍ତମାନ ରୁଷରୁ ଭାରତକୁ ଆସିସାରିଲାଣି। ଭାରତ ଦେଶର ଆବଶ୍ୟକତା ପୂରଣ କରିବା ପାଇଁ ପ୍ରାୟ ୮୫% ତୈଳ ଆମଦାନୀ କରିଥାଏ।

ad-week
Leave A Reply

Your email address will not be published.