ପରସ୍ପର ସହମତିରେ ରଖିଥିଲେ ସମ୍ପର୍କ କହି ବିଜେପି ବିଧାୟକଙ୍କୁ ଦୁଷ୍କର୍ମ ମାମଲାରେ ଜାମିନ ଦେଲେ ବମ୍ବେ ହାଇକୋର୍ଟ

add-all

ମୁମ୍ବାଇ: ଜଣେ ମହିଳାଙ୍କ ଦ୍ୱାରା ଦାୟର ହୋଇଥିବା ଦୁଷ୍କର୍ମ ଓ ଧମକ ଦେବା ମାମଲାରେ ବମ୍ବେ ହାଇକୋର୍ଟ ବୁଧବାର ବିଜେପି ବିଧାୟକ ଗଣେଶ ନାଇକଙ୍କୁ ଜାମିନ ପ୍ରଦାନ କରିଛନ୍ତି। କୋର୍ଟ କହିଛନ୍ତି ଯେ ଅଭିଯୁକ୍ତ ଏବଂ ଅଭିଯୋଗକାରୀଙ୍କ ମଧ୍ୟରେ ସହମତି ଭିତ୍ତିରେ ସମ୍ପର୍କ ରଖାଯାଇଥିଲା | ତେଣୁ ଏହାକୁ ଦୁଷ୍କର୍ମ ବୋଲି କହିହେବ ନାହିଁ | ଜଷ୍ଟିସ୍ ଅନୁଜା ପ୍ରଭୁଦେସାଇଙ୍କ ଖଣ୍ଡପୀଠ କହିଛନ୍ତି ଯେ ଅଭିଯୁକ୍ତ ଏବଂ ପୀଡିତାଙ୍କ ମଧ୍ୟରେ ସହମତି ଭିତିରେ ସମ୍ପର୍କ ଥିଲା, ତେଣୁ ଦୁଷ୍କର୍ମ ମାମଲା ରୁଜୁ ହେବ ନାହିଁ |
ଜାମିନ ଆବେଦନର ଆବେଦନକାରୀ ଜଣେ ବିଧାୟକ ବୋଲି ତାଙ୍କ ଜାମିନ ଆବେଦନ ଖାରଜ କରିହେବ ନାହିଁ। ତେବେ କୋର୍ଟ ଏକ ସପ୍ତାହ ମଧ୍ୟରେ ଲାଇସେନ୍ସପ୍ରାପ୍ତ ରିଭଲଭରକୁ ପୁଲିସକୁ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବାସ୍ତବରେ, ପୀଡିତା ଦାବି କରିଥିଲେ ଯେ ନାଇକ ତାଙ୍କ ରିଭଲଭର ସାହାଯ୍ୟରେ ତାଙ୍କୁ ଧମକ ଦେଇଥିଲେ । ନାଭି ମୁମ୍ବାଇର ଏରୋଲି ଅଞ୍ଚଳର ବିଧାୟକ ନାଇକଙ୍କୁ ସୋମବାର ଏବଂ ମଙ୍ଗଳବାର ଦିନ ସମ୍ପୃକ୍ତ ପୁଲିସ ଷ୍ଟେସନରେ ହାଜର ହେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ଉଲ୍ଲେଖନୀୟ ବିଷୟ ହେଉଛି, ୪୨ ବର୍ଷ ବୟସ୍କା ମହିଳା ଦାବି କରିଛନ୍ତି ଯେ ସେ ୧୯୯୫ ମସିହାରୁ ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ନାଇକଙ୍କ ସହ ‘ଲିଭ୍-ଇନ୍ ରିଲେସନସିପ୍’ରେ ଅଛନ୍ତି। ସେମାନଙ୍କ ମଧ୍ୟରେ ସମ୍ପର୍କ ଥିଲା ଏବଂ ଦମ୍ପତିଙ୍କର ଏକ ସନ୍ତାନ ଅଛି | ମହିଳା ଜଣକ ଅଭିଯୋଗ କରିଥିଲେ ଯେ ନାଇକ ତାଙ୍କ ସହ ଭଲ ବ୍ୟବହାର କରୁନାହାଁନ୍ତି ଏବଂ ତାଙ୍କ ଫୋନ୍ କଲ ମଧ୍ୟ ଉଠାଉ ନାହାଁନ୍ତି। ତେବେ ନାଇକ କହିଥିଲେ ଯେ ଏହି ମାମଲା ତାଙ୍କ ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀଙ୍କ ନିର୍ଦ୍ଦେଶରେ ପଞ୍ଜିକୃତ ହୋଇଛି।

ad-week
Leave A Reply

Your email address will not be published.