ୟୁକ୍ରେନ ଉପରେ ତୁରନ୍ତ ଆକ୍ରମଣ ବନ୍ଦ କରିବାକୁ ମିଳିତ ବିବୃତିରେ କହିଲେ ମୋଦୀ ଓ ମାକ୍ରନ

add-all

ପ୍ୟାରିସ୍‌: ଭାରତ ଏବଂ ଫ୍ରାନ୍ସ ପକ୍ଷରୁ ଏକ ମିଳିତ ବିବୃତିରେ ୟୁକ୍ରେନବାସୀଙ୍କ ଉପରେ ଚାଲିଥିବା ଅତ୍ୟାଚାରକୁ ବନ୍ଦ କରିବାକୁ ବୁଧବାର ପୁଣିଥରେ କୁହାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଡ଼ୋଶୀ ଦେଶ ୟୁକ୍ରେନ ଉପରେ ରୁଷର ଆକ୍ରମଣକୁ ଅତ୍ୟନ୍ତ ନିନ୍ଦା କରିଛନ୍ତି।
ୟୁକ୍ରେନ୍‌ରେ ଚାଲିଥିବା ମାନବ ସଂକଟକୁ ନେଇ ଉଭୟ ଭାରତ ଓ ଫ୍ରାନ୍ସ ନିଜର ଚିନ୍ତା ବ୍ୟକ୍ତ କରିଛନ୍ତି। ପ୍ୟାରିସ୍‌ରେ ଭେଟ ହେବା ପରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ୍‌ ମାକ୍ରନ ଏକ ମିଳିତ ବିବୃତିରେ ୟୁ‌କ୍ରେନବାସୀଙ୍କୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ସେମାନେ ତାଙ୍କ ବିବୃତିରେ ଆହୁରି ବି କହିଛନ୍ତି ଯେ ୟୁକ୍ରେନବାସୀଙ୍କ ସଂକଟ ବିଷୟରେ ଆଲୋଚନା କରିବା ପାଇଁ ହିଁ ସେମାନଙ୍କ ଏହି ସାକ୍ଷାତ। ଏହା ପୂର୍ବରୁ ମୋଦୀ କହିଥିଲେ ଯେ ଚାଲିଥିବା ଯୁଦ୍ଧରେ କାହର ବି ବିଜୟ ହେବନି। ଉଭୟ ଦେ‌ଶ ହାରିବେ।
ୟୁକ୍ରେନରେ ଯେଉଁଭଳି ଭାବେ ସାଧାରଣ ନାଗରିକଙ୍କର ମୃତ୍ୟୁ ଘଟିଛି ତାହାକୁ ନେଇ ଉଭୟ ଦେଶ ନିନ୍ଦା କରିଛନ୍ତି। ୟୁକ୍ରେନ ଉପରେ ଏପରି ରୁଷର ଅନୈନିକ ଓ ଅମାନୁଷିକ ଆକ୍ରମଣକୁ ଫ୍ରାନ୍ସ ଖୁବ୍ ନିନ୍ଦା କରିଥିବା ଦେଖିବାକୁ ମିଳିଛି। ବିଶ୍ବବାସୀଙ୍କୁ ଗହମ ଯୋଗାଉଥିବା ରାଷ୍ଟ୍ର ମଧ୍ୟରେ ୟୁକ୍ରେନ ଅନ୍ୟତମ ହୋଇଥିବାରୁ ୟୁକ୍ରେନର ଦୁର୍ବଳ ହୋଇପଡ଼ିବା ‌ବିଶ୍ବରେ ଏକ ଖାଦ୍ୟ ସଂକଟ ସୃଷ୍ଟି କରିପାରେ ବୋଲି ଦୁଇ ଦେଶ ନିଜର ଚିନ୍ତା ବ୍ୟକ୍ତ କରିଛନ୍ତି।
ଉଲ୍ଳେଖଯୋଗ୍ୟ, ତିନୋଟି ୟୁରୋପୀୟ ଦେଶକୁ ସରକାରୀ ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଦିନ ନିଜର ଡେନମାର୍କ ଗସ୍ତ ଶେଷ କରି ଫ୍ରାନ୍ସରେ ପହଞ୍ଚିଥିଲେ । ପ୍ୟାରିସଠାରେ ତାଙ୍କ ବିମାନ ଓହ୍ଲାଇବା ପରେ ତାଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା । ନିଜର ଏହି ଗସ୍ତକାଳରେ ସେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କୁ ସାକ୍ଷାତ କରି ତାଙ୍କ ସହ ରାତ୍ରୀ ଭୋଜନ କରିଥିଲେ।

ad-week
Leave A Reply

Your email address will not be published.