ବୁର୍ଲା ଭିସୁଟରେ ଛାତ୍ର ଅଶାନ୍ତି

add-all

ସମ୍ୱଲପୁର: ବୁର୍ଲା ଭିସୁଟରେ ଦେଖାଦେଇଛି ଛାତ୍ର ଅଶାନ୍ତି । ଅଫଲାଇନ ତଥା ସମୟ ନଦେଇ ତୁରନ୍ତ ପରୀକ୍ଷାକୁ ବିରୋଧ କରି ଶହ ଶହ ଛାତ୍ରଛାତ୍ରୀ ଆଜି ଭିସୁଟ ପରିସରରେ ଧାରଣାର ବସିଛନ୍ତି । ଆସନ୍ତାକାଲି ସେମାନଙ୍କର ୫ମ ସେମିଷ୍ଟାର ପରୀକ୍ଷା ହେବାକୁ ଥିବାବେଳେ ଆଜି ଧାରଣାରେ ବସିଛନ୍ତି । ତେବେ ଏହି ପରୀକ୍ଷା ଡିସେମ୍ବର ମାସର ହେବାକୁ ଥିବାବେଳେ କରୋନା ପାଇଁ ସ୍ଥଗିତ ରହିଥିଲା ।

ତେବେ ୫ ଦିନ ପୂର୍ବରୁ ସେମାନେ ୬ଷ୍ଠ ସେମିଷ୍ଟାର ପରିକ୍ଷା ଦେଇସାରିଛନ୍ତି । ହେଲେ ପୂର୍ବରୁ ସ୍ଥଗିତ ଥିବା ୫ମ ସେମିଷ୍ଟାର ପାଇଁ ପଢିବାକୁ ସମୟ ମିଳିନଥିବାବେଳେ ଏହି ୫ମ ସେମିଷ୍ଟାରକୁ କିଛି ଦିନ ଘୁଞ୍ଚାଇ ଅନଲାଇନ ମାଧ୍ୟମରେ କରାଯାଉ କିମ୍ବା ଗ୍ରେଡିଂ ହିସାବରେ ମାର୍କ ପ୍ରଦାନ କରାଯାଉ ବୋଲି ଦାବି କରି ଏହି ଆନ୍ଦୋଳନ କରୁଛନ୍ତି ।

ad-week
Leave A Reply

Your email address will not be published.