ଏସଟିଏଫ୍ ଓ ବନ ବିଭାଗର ମିଳିତ ଚଢଉ: ୯କେଜିର ୬ ହାତୀ ଦାନ୍ତ ଜବତ, ଜଣେ ଗିରଫ

ବଲାଙ୍ଗିର: ଗୁରବାର ସ୍ୱତନ୍ତ୍ର ଟାସ୍କ ଫୋର୍ସ(ଏସଟିଏଫ୍) ଓ ବଲାଙ୍ଗିର ବନ ବିଭାଗ ମିଳିତ ଭାବେ ଚଢଉ କରି ହାତୀ ଦାନ୍ତ ଜବତ କରିଛନ୍ତି। ଏହି ଘଟଣାରେ ଜଣେ ମାଫିଆଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ନୁରିନ ସେଠ ବୋଲି ଜଣାପଡିଛି। ବଲାଙ୍ଗିର ସହରର ମାଲପଡ଼ାରୁ ୬ଟି ହାତୀ ଦାନ୍ତ ଏସଟିଏଫ୍ ଓ ବନ ବିଭାଗ ଜବତ କରିଥିବା ସୂଚନା ମିଳିଛି।

ଜବତ ହାତୀ ଦାନ୍ତର ଓଜନ ପ୍ରାୟ ୯ କେଜି ହେବ। ତେବେ ହାତୀ ଦାନ୍ତ କେଉଁଠୁ ଓ କିଭଳି ଭାବେ ତାଙ୍କ ପାଖକୁ ଆସିଲା, ହାତୀ ଶିକାର କେଉଁଠି କରିଥିଲେ, ଆଉ କେଉଁମାନେ ଏହି କାରବାରରେ ସଂପୃକ୍ତ ତଥା କାହାକୁ ଓ କେମିତି ବିକ୍ରି କରୁଥିଲେ ତାହାର ସବିଶେଷ ସୂଚନା ପାଇଁ ବନ ବିଭାଗ ପଚରା ଉଚୁରା ଚଳାଇଛି।
ସୂଚନାଯୋଗ୍ୟ ଯେ, କିଛି ଦିନ ତଳେ ବୌଦ୍ଧ ଜିଲାରୁ ମଧ୍ୟ ଅନୁରୂପ ଭାବେ ହାତୀ ଦାନ୍ତ ଜବତ କରାଯାଇଥିଲା। ଆଉ ବଲାଙ୍ଗିର ଜିଲାର ବିଭିନ୍ନ ସ୍ଥାନରେ ହାତୀ ଦାନ୍ତ ଧରପଗଡ ସହ କିଛି ହାତୀ ଦାନ୍ତ ମାଫିଆଙ୍କୁ ପୂର୍ବରୁ ଗିରଫ କରାଯାଇଛି।

ad-week
Leave A Reply

Your email address will not be published.