ଉତ୍କଳ ସାମ୍ବାଦିକ ସଙ୍ଘ ପକ୍ଷରୁ ପାଲ୍‌କୋଣ୍ଡା ଗ୍ରାମରେ ସାତଟି ପଞ୍ଚାୟତକୁ ନେଇ ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ ଓ ସଠିକ ମୂଲ୍ୟରେ ବିକ୍ରିକୁ ନେଇ ବୈଠକ ଅନୁଷ୍ଠିତ…

add-all

ମାଲକାନଗିରି : ମାଲକାନଗିରି ଜିଲ୍ଲା ସଦର ବ୍ଲକ ପାଲ୍‌କୋଣ୍ଡା ଗ୍ରାମରେ ସାତଟି ପଞ୍ଚାୟତକୁ ନେଇ ଉତ୍କଳ ସାମ୍ବାଦିକ ସଙ୍ଘ ତରଫରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଙ୍ଘ ସଭାପତି ଶ୍ରୀ ଦୁର୍ଯ୍ୟୋଧନ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମାଟେରୁ , ନିଲିଗୁଡା , ମାଟାପାକା , ଗୋରାଖୁଂଟା , ଶିକ୍‌ପାଲ୍ଲି , ତଣ୍ଡାପାଲ୍ଲି , ଚାଲାଣଗୁଡା ପଞ୍ଚାୟତର ବିଶିଷ୍ଟ ଆଦିବାସୀ ନେତା ମାନେ ଉପସ୍ଥିତ ରହିଥିଲେ । ବୈଠକରେ ବିଶେଷ କରି ଲଘୁ ବନ ଜାତ ଦ୍ରବ୍ୟ ଯଥା କେନ୍ଦୁପତ୍ର,ଟୋଲା,ମହୁଲ,ଫୁଲଝାଡୁ, ମହୁ, ଝୁଣା, ବିଭିନ୍ନ ଜଙ୍ଗଲ ଜାତ ଚେର ମୂଳ, ମଞ୍ଜି ଇତ୍ୟାଦିର ଉଚିତ୍ ମୂଲ୍ୟ ନିର୍ଦ୍ଦାରଣ କରାଯାଇ ଏବଂ ଦଲାଲ ମାନଙ୍କ କବଳରୁ ବଞ୍ଚାଇବା ସହ ସରକାର ମଣ୍ଡି ମାଧ୍ୟମରେ ଖର୍ଦ୍ଦି କରିବା ଓ ନିରୀହ ଆଦିବାସୀଙ୍କ ଉନ୍ନତି ଦିଗରେ ଜିଳ୍ଲା ପ୍ରସାଶାନ ଗୁରୁତ୍ୱ ଦେଇ ଜିଲ୍ଲାରେ ସମସ୍ତ ଅଞ୍ଚଳରେ ଏହା ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ଆଲୋଚନା କରାଯାଇ ଥିଲା । ଏହି ବୈଠକରେ ଉପସ୍ଥିତ ଗ୍ରାମ ମୁଖିଆ ମାନେ ହେଲେ ବୁଦୁରା କାର୍ତାମି , ମୁକା ପଡିଆମି , ସୋମନାଥ ମାଢି, ସମା ମାଢି, ଜଗା ମାଡକାମି, ସୁକ୍ରି ମାଡକାମି, ଗାଙ୍ଗି ରାବା, ରଶ୍ମି ପଡିଆମି, ବୁଦୁରା ପେଦା ଓ ଆଦିବାସୀ ନେତା ମାନେ ନିଜ ନିଜର ମତ ରଖିଥିଲେ ଆଜିର ଏହି ବୈଠକରେ ଉତ୍କଳ ସାମ୍ବାଦିକ ସଙ୍ଘ ସଦସ୍ୟ ଅଶୋକ ମିଶ୍ର,ଚନ୍ଦ୍ରକାନ୍ତ ପଣ୍ଡା, ରାହୁଲ ,ବି ଶ୍ରୀନିବାସ ପାତ୍ର,ଅପୂର୍ବ ଥଣ୍ଡର, ସତ୍ୟନାରାୟଣ ଦାସ କିଶୋର ପାତିକା ଉପସ୍ଥିତ ରହି ଗାଁ ଲୋକ ସଚେତନ ହେଲେ ଏହି ଲଘୁବନ ଜାତ ଦ୍ରବ୍ୟର ସଠିକ ମୂଲ୍ୟ ପାଇପାରିବେ ବୋଲି ବୁଝାଇଥିଲେ ।

ad-week
Leave A Reply

Your email address will not be published.