ବିଶ୍ଵ ମାତୃ ଦିବସ ଉପଲକ୍ଷେ ବାଲୁକା ଶିଳ୍ପୀ ମାନସ ସାହୁଙ୍କ ବାଲୁକା କଳା

add-all

ପୁରୀ: ଆଜି ବିଶ୍ୱ ମାତୃ ଦିବସ । ଏହି ଦିବସ ଉପଲକ୍ଷେ ପୁରୀର ଲାଇଟ ହାଉସ୍ ବେଳାଭୂମିରେ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁଙ୍କ ବାଲୁକା କଳା ପ୍ରଦର୍ଶନ। ସବୁ ମାଙ୍କୁ ସମ୍ମାନ ଜଣାଇ ସେ ଏହି ବାଲୁକା କଳା ନିର୍ମାଣ କରିଛନ୍ତି। ଏହି ବାଲୁକା କଳାରେ ସେ ମା ଏବଂ ସନ୍ତାନର ସୁନ୍ଦର ସମ୍ପର୍କକୁ ଚିତ୍ରଣ କରିବା ସହିତ ସମସ୍ତଙ୍କକୁ ମାର ସର୍ତ୍ତଶୂନ୍ୟ ଭଲପାଇବାକୁ ନଭୁଲିବାକୁ ବାର୍ତ୍ତା ଦେଇଛନ୍ତି।

ତେବେ ପ୍ରାୟ ୭ ଘଣ୍ଟା ସମୟ ନେଇ ମାନସ ସାହୁ ଏହି ବାଲୁକା କଳାକୁ ନିର୍ମାଣ କରିଛନ୍ତି। ଏଥିପାଇଁ ୧୨ ଟନ୍ ବାଲି ବ୍ୟବହାର ହୋଇଛି। ମାନସ ସାହୁ ଏଥିରେ ହାପି ମଦରସ୍ ଡେ ଲେଖିଛନ୍ତି। ମା ହିଁ ଭଗବାନଙ୍କ ଏକମାତ୍ର ସୁନ୍ଦର ପରିକଳ୍ପନା ଯିଏକି କୌଣସି ଆଶା ଅଭିଳାଷ ନରଖି ସନ୍ତାନକୁ ସ୍ନେହ, ଶ୍ରଦ୍ଧା, ଭଲପାଇବା ବିନା ସ୍ୱାର୍ଥରେ ଦେଇଚାଲେ। ତେଣୁ ଆମେ ସମସ୍ତେ ମାଙ୍କୁ ଭଲପାଇବା ଉଚିତ୍। କେବଳ ମାତୃ ଦିବସରେ ନୁହେଁ ନିଜ ବାସ୍ତବିକ ଜୀବନରେ ମାଙ୍କୁ ଶ୍ରଦ୍ଧା ଏବଂ ସର୍ବଦା ସମ୍ମାନ ଜଣାଇବା ଉଚିତ୍। ଏହି ଭାବମୂର୍ତ୍ତିକୁ ନିଜ ବାଲୁକା କଳା ମାଧ୍ୟମରେ ପରିପ୍ରକାଶ କରିବାକୁ ଚେଷ୍ଟା କରିଛନ୍ତି ମାନସ ସାହୁ।

ad-week
Leave A Reply

Your email address will not be published.