ଚୁଡାନ୍ତ ପର୍ଯ୍ୟାୟରରେ ହନୁମାନ ମନ୍ଦିର ପ୍ରତିଷ୍ଠା ଉତ୍ସବ…

add-all

ହିଞ୍ଜିଳି : ହିଞ୍ଜିଳିକାଟୁ ପୌରାଚଂଳର ୧୦ ନଂୱାର୍ଡ ରେଗିଡିସାହି, ନୁଆଗଡ ଗ୍ରାମ ,ବ୍ଳକ କଲୋନୀ ଓ ମୋହନକଲୋନି ଛକ ସ୍ଥିତ ମେଣ୍ଢାଖାଇ ପାହାଡ ପାଦ ଦେଶରେ ବୀର ହନୁମାନଙ୍କ ଭଵ୍ୟ ମନ୍ଦିର ପ୍ରତିଷ୍ଠା ନିମନ୍ତେ ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ନିକଟରେ ବ୍ଳକ କଲୋନୀ ସଂଯୋଗ ରାସ୍ତା ନୁଆଗଡ ଗ୍ରାମ ନବୀନ ଭବନ ତଳସାହି ସହ ରେଗିଡିସାହି ଓ ମୋହନ କଲୋନୀ କୁ ଆଲୋକମାଳାରେ ସୁସଜ୍ଜିତ କରାଯିବା ସହିତ ଗ୍ରାମର ମୁଖ୍ୟ ରାସ୍ତାରେ ଆଲୋକମାଳାରେ ସୁସଜ୍ଜିତ କରାଯାଇଛି। ସେହିପରି ଅଞ୍ଚଳର ବିଭିନ୍ନ ଗ୍ରାମରୁ ଶ୍ରଦ୍ଧାଳୁମାନେ ଏହି ପ୍ରତିଷ୍ଠା ଉତ୍ସବରେ ପଣ୍ଡିତ ଶ୍ରୀ ସଙ୍କର୍ଷଣ ପାଠୀ (ନନ୍ଦିକ) ଓ ପଣ୍ଡିତ ଶ୍ରୀ ଦିପ୍ତିରଞ୍ଜନ ମହାପାତ୍ର (ମାରୁଡି ଜଗନ୍ନାଥ ଶାସନ )ପୁରୋହିତ ରେ ମହାଆଡମ୍ଵର ସହକାରେ ପ୍ରତିଷ୍ଠା ଉତ୍ସବ ହେବ ବୋଲି ମନ୍ଦିର ପରିଚାଳନା କମିଟି ପକ୍ଷରୁ ସୁଚନା ଦିଆଯାଇଛି। କାର୍ଯ୍ୟସୂଚୀ ଅନୁଯାୟୀ ୯ ତାରିଖରେ ଶ୍ରଦ୍ଧାଳୁ ଗାଁ ମହିଳାଙ୍କ ଦ୍ବାରା କଳସ ଯାତ୍ରା, ଅଙ୍କୁରାରୋପଣ ଓ ଦୀକ୍ଷା ଗ୍ରହଣ ଆରମ୍ଭ ହେବାକୁ ଥିବା ବେଳେ ୧୦ତାରିଖରେ ଵନଯାଗ, ରତ୍ନମୁଦ,ମଣ୍ଡଳକରଣ ଓ ନାମଯଜ୍ଞ ହେବ ୧୧ ତାରିଖରେ କର୍ମାରମ୍ଭ, ଶାଲାସଂସ୍କାର,ଅଗ୍ନିସ୍ଥାପନ,ଧାନ୍ୟାଧିବାସ ୧୨ ତାରିଖରେ ଦେବତାଧିବାସ, ମହାସ୍ନାନ,ରାତ୍ରଜିଵନ୍ୟାସ କରାଯିବ, ୧୩ ତାରିଖରେ ନଗର ପରିକ୍ରମା, ସୀଂହାସନ ଆରୋହଣ,ଧ୍ଵଜଭ୍ରମଣ ପାଶ୍ରୁ ମନ୍ଦିର ପ୍ରତିଷ୍ଠା ଉତ୍ସବ ଓ ଯଜ୍ଞ ପୂର୍ଣାହୁତି ଦିଆଯିବ ବୋଲି ଜଣା ପଡ଼ିଛି। ଆଜି ଚାଲିଥିବା ମନ୍ଦିରର ଯଜ୍ଞସ୍ଥଳ ପ୍ରସ୍ତୁତି କାର୍ଯ୍ୟ ସହ ଯାତ୍ରା ପଡ଼ିଆରେ ହେବାକୁ ଥିବା ପ୍ରସାଦ ସେବନ ସ୍ଥାନ ଓ ନାମ ସଂକୀର୍ତ୍ତନ ନିମନ୍ତେ ପ୍ରସ୍ତୁତ ହୋଇଥିବା ସ୍ଥାନ ଗୁଡିକରେ ଚାନ୍ଦୁଆ ବନ୍ଧା ଯିବା ସହ ସଂକୀର୍ତ୍ତନ ମଣ୍ଡଳୀ ରହିବା ବ୍ୟବସ୍ଥା ଆଦି କାର୍ଯ୍ୟ ସହ ଯାତ୍ରା ନିମନ୍ତେ ନବୀନ ଭଵନ ପଛ ପାଖ ପଡିଆରେ ରାମଦୋଳି, ପିଲାଙ୍କ ନିମନ୍ତେ ଟ୍ରେନ ଟୟ ଵିଭିନ୍ନ ଦୋକାନ ବଜାର ଖୋଲିବା ନେଇ ମନ୍ଦିର କମିଟି ମୁଖ୍ୟ ଶିକ୍ଷକ ସିମାଚଂଳ ମହାରଣା , ନିଲୁ ନାୟକ, ତ୍ରିପତି ପାତ୍ର, ସୂର୍ଯ୍ୟନାରାୟଣ ନାୟକ, ପ୍ରମୁଖ ଉପସ୍ଥିତ ରହି ତଦାରଖ କରୁଛନ୍ତି।

ad-week
Leave A Reply

Your email address will not be published.