ଅଷ୍ଟମ ଦିନରେ ରଥ ନିର୍ମାଣ କାର୍ଯ୍ୟ, ତୁମ୍ବରେ ଚାଲିଛି ବିନ୍ଧ କାମ

add-all

ପୁରୀ : ଆଗେଇ ଚାଲିଛି ତିନି ରଥର ନିର୍ମାଣ କାର୍ଯ୍ୟ। ଆଜି ଅଷ୍ଟମ ଦିନରେ ରଥ ନିର୍ମାଣ କାର୍ଯ୍ୟ ପହଞ୍ଚିଥିବା ବେଳେ ୪୨ଗୋଟି ତୁମ୍ବର ରେ ବିନ୍ଧ କାର୍ଯ୍ୟ କରାଯାଉଛି। ସମସ୍ତ କାର୍ଯ୍ୟ ଶୃଙ୍ଖଳିତ ଭାବେ ଚାଲୁଥିବା ବେଳେ ମହାରଣା, ଭୋଇ ଓ କରତୀ ସେବାୟତ ସୂଚାରୁ ରୂପେ କାର୍ଯ୍ୟ ସମ୍ପାଦନ କରୁଛନ୍ତି।

ତେବେ ଆସନ୍ତା ନୃସିଂହ ଚତୁର୍ଦଶୀରେ ଯନ୍ତା ଗାଡ଼ ଖୋଳା ଯାଇ ସିଙ୍ଗଡ଼ା ବାଡ଼ିଆଯିବ। ପରେ ଚକରେ ଅର ଲାଗିବ। ତେବେ ଆଗକୁ ବାତ୍ୟା ଯୋଗୁ ବର୍ଷା ହେଲେ ରଥ ନିର୍ମାଣ କାର୍ଯ୍ୟ ପ୍ରଭାବିତ ହେବାର ଆଶଙ୍କା ରହିଛି। ତେବେ ଏହାକୁ ଖଣ୍ଡନ କରିଛନ୍ତି ରଥ ନିର୍ମାଣରେ ସମ୍ପୃକ୍ତ ସେବାୟତ। ସକାଳ ୮ ଟା ରୁ ରାତି ୮ ଟା ଯାଏ କାର୍ଯ୍ୟ ଚାଲିଛି ପ୍ରତିଦିନ। ରଥ ନିର୍ମାଣ କାର୍ଯ୍ୟ ମଧ୍ୟ ବହୁତ ଆଗୁଆ ଚାଲିଛି। ଏଣୁ ବର୍ଷା ଯୋଗୁଁ ରଥ ନିର୍ମାଣ କାର୍ଯ୍ୟରେ କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି ଭୋଇ ସର୍ଦ୍ଦାର ରବି ଭୋଇ କହିଛନ୍ତି।

ad-week
Leave A Reply

Your email address will not be published.