ରାଜ୍ୟ ସରକାର କଳାପାହାଡ଼ିଆ ମନୋଭାବ ଛାଡ଼ି ଭୁଲ ସ୍ବୀକାର କରନ୍ତୁ: ସମ୍ବିତ ପାତ୍ର

add-all

ଭୁବନେଶ୍ୱର: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗରେ ହାଇକୋର୍ଟରେ ଏଏସ୍‌ଆଇ ପକ୍ଷରୁ ସତ୍ୟପାଠ ଦାଖଲ ପରେ ଭାଜପା ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଓଡିଶା ସରକାର ଅହଂକାର ଓ କଳାପାହାଡିଆ ମନୋଭାବ ଛାଡ଼ି ଭୁଲ ସ୍ବୀକାର କରନ୍ତୁ। ନଚେତ ବିଶ୍ୱସ୍ତରୀୟ କୀର୍ତ୍ତିରାଜି ଧ୍ୱଂସ ପାଇଁ ଓଡିଶା ସରକାରଙ୍କୁ ଭବିଷ୍ୟତ ପୀଢି କ୍ଷମା କରିବ ନାହିଁ ବୋଲି ସେ କହିଛନ୍ତି।

ସମ୍ବିତ ଆହୁରି ମଧ୍ୟ କହିଛନ୍ତି, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ଚାଲିଥିବା ନିର୍ମାଣ କାର୍ଯ୍ୟ ପାଇଁ କୌଣସି ବୈଧ ଅନୁମତି ମିଳି ନ ଥିଲା । ପ୍ରକଳ୍ପ କାମ କିମ୍ବା ସୌନ୍ଦର୍ଯ୍ୟକରଣକୁ ବିରୋଧ କରୁନାହୁଁ । କିନ୍ତୁ ଏଥିପାଇଁ ଆଇନର ପରିଧି ଭିତରେ କାମ ହେବା ଆବଶ୍ୟକ। ଏଏସଆଇ ପକ୍ଷରୁ ଦାଖଲ ହୋଇଥିବା ରିପୋର୍ଟରେ ବାରମ୍ବାର ଡିପିଆର୍‌ ବଦଳାଯାଇଥିବା ଉଲ୍ଲେଖ ରହିଛି। ଯଦି ନିର୍ମାଣରେ ସନ୍ଦେହ ନ ଥିଲା ତେବେ କାହିଁକି ଡିପିଆର୍‌ ବଦଳାଯାଉଥିଲା ବୋଲି ସେ ପ୍ରଶ୍ନ କରିଛନ୍ତି । ଏଥିସହ ପୁରାତନ କୀର୍ତ୍ତିରାଜିକୁ ସଂରକ୍ଷଣ କରିବା ବଦଳରେ ଧ୍ୱଂସ କରାଯାଇଛି। ଏହା ଏକ ବଡ଼ ପାପ। ଏଥିପାଇଁ ପ୍ରତି ଓଡ଼ିଆ ହୃଦୟ କାନ୍ଦୁଛି। ଓଡ଼ିଶା ସରକାର ଏ କଳାପାହାଡ଼ ନୀତି କଣ ପାଇଁ ଆପଣେଇଲେ। ଏଥିପାଇଁ କିଏ ଦାୟୀ ରହିବ ବୋଲି ସିଧାସଳଖ ସେ ପଚାରିଛନ୍ତି।

ସେହିଭଳି ଶ୍ରୀମନ୍ଦିର ପ୍ରକଳ୍ପ ନେଇ ଏମ୍‌ପି ପିନାକୀ ମିଶ୍ର ଲୋକସଭାରେ ଦେଇଥିବା ମନ୍ତବ୍ୟକୁ ନାପସନ୍ଦ କରିବା ସହ ତାଙ୍କ ଉପରେ ବର୍ର୍ଷିଛନ୍ତି ସମ୍ବିତ ପାତ୍ର। ପିନାକୀଙ୍କୁ କଡ଼ା ସମାଲୋଚନା କରି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ ସ୍ଥଳରେ କେବଳ ୪ଟି ଶୌଚାଳୟ ନିର୍ମାଣ ହେଉଥିବା କଥା ସେ କହିଥିଲେ। ସଂସଦରେ ମିଛ କହିଥିବାରୁ ପିନାକୀ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ସମ୍ବିତ କହିଛନ୍ତି।

ad-week
Leave A Reply

Your email address will not be published.