
ଭୁବନେଶ୍ବର: ସାମୁଦ୍ରିକ ଝଡ ଅସାନି ପାଇଁ ମତ୍ସଜିବୀମାନଙ୍କୁ ସମୁଦ୍ର ମଧ୍ୟକୁ ନ ଯିବାକୁ ସ୍ୱତନ୍ତ୍ର ରିଲିଫ କମିଶନର ସୂଚନା ଦେଇଛନ୍ତି। ୧୨ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଆସନ୍ତା ରହୁଥିବାରୁ ଏହି ସତର୍କତା ଜାରି କରାଯାଇଛି। ତେବେ ଏହାକୁ ଅମାନ୍ୟ କରି ଯଦି କୌଣସି ମତ୍ସ୍ୟଜୀବୀ ସମୁଦ୍ର ମଧ୍ୟକୁ ଯାନ୍ତି, ତାଙ୍କ ବିରୁଦ୍ଧରେ ବିପର୍ଯ୍ୟୟ ଆଇନ ଅନୁଯାୟୀ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା କହିଛନ୍ତି।
ବାରଣ ସତ୍ୱେ କିଛି ମତ୍ସ୍ୟଜୀବୀ ସମୁଦ୍ର ମଧ୍ୟକୁ ଯାଉଥିବାରୁ ଏହି ଚେତାବନୀ ଦିଆଯାଇଛି। ସୂଚନାଯୋଗ୍ୟ, ଗତକାଲି ସମୁଦ୍ର ମଧ୍ୟରେ ଏକ ଯନ୍ତ୍ରଚାଳିତ ଡ଼ଙ୍ଗା ଅଚଳ ହୋଇ ପଡିବାରୁ ୧୧ ଜଣ ମତ୍ସ୍ୟଜୀବୀ କୂଳକୁ ଆସିପାରିନଥିଲେ। ତେବେ ତଟରକ୍ଷୀ ବାହିନୀର ଏକ ସ୍ୱତନ୍ତ୍ର ହେଲିକପ୍ଟର ସହାୟତାରେ ସମସ୍ତ ୧୧ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲା।