DPR ପରିବର୍ତ୍ତନ ହେବ ନାହିଁ ବୋଲି କେଉଁଠି ଲେଖା ହୋଇଛି : ପିନାକୀ ମିଶ୍ର

add-all

ନୂଆଦିଲ୍ଲୀ: ସମ୍ବିତ ପାତ୍ରଙ୍କ ଉପରେ ବର୍ଷିଛନ୍ତି ପିନାକୀ ମିଶ୍ର । ସମ୍ବିତ ବାବୁ କୋର୍ଟର ଅର୍ଡର ପଢି ନାହାନ୍ତି ପଢିକି ଆଇନର ଜ୍ଞାନ ରଖି ମନ୍ତବ୍ୟ ଦିଅନ୍ତୁ ବୋଲି ପିନାକୀ ମିଶ୍ର କହିଛନ୍ତି। ଅଭ୍ଯର୍ଥନାକେନ୍ଦ୍ର କେବେ ନିଷିଦ୍ଧା ଅଞ୍ଚଳରେ ନ ଥିଲା। ରାଜ୍ୟ ସରକାର ସବୁ ବେଳେ ଆଇନ ଅନୁସାରେ କାମ କରୁଛନ୍ତି। ଯେତେ ବେଳେ ହାଇକୋର୍ଟ ରିହାତିଦେଶ ଦେଇ ନାହାନ୍ତି ତେବେ କେଉଁ ଆଧାରରେ ଏମାନେ କାର୍ଯ୍ୟ ବନ୍ଦ କରିବାକୁ କହିଛନ୍ତି ବୋଲି ପ୍ରଶ୍ନ ପଚାରିଛନ୍ତି ପିନାକୀ ମିଶ୍ର।

ରାଜ୍ୟ ସରକାରଙ୍କୁ କାଉଣ୍ଟର ସତ୍ୟପାଠ ଦାଖଲ କରିବାକୁ ହାଇକର୍ଟ ସମୟ ଦେଇଛନ୍ତି। ହାଇକୋର୍ଟ କାର୍ଯ୍ୟ ଉପରେ କୌଣସି ରିହାତିଦେଶ ଲଗାଇ ନାହାନ୍ତି। ସେ ଅଞ୍ଚଲରେ ଶୌଚାଳୟ, ଡ୍ରେନ ହେଇ ପାରିବ। ନେସନାଲ ମନୁମେଣ୍ଟ ଅଥରିଟିର ଅନୁମତି ନିଆ ଯାଇଛି। DPR ପରିବର୍ତ୍ତନ ହେବ ନାହିଁ ବୋଲି କେଉଁଠି ଲେଖା ହୋଇଛି। ଆବଶ୍ୟକତା ଅନୁସାରେ DPR ପରିବର୍ତ୍ତନ ହେଇ ପରେ ବୋଲି କହିଛନ୍ତି ପିନାକୀ ମିଶ୍ର।

ଯେହେତୁ କୋର୍ଟରେ ମାମଲାର ବିଚାର ଚାଲିଛି ଅପେକ୍ଷା । ତେଣୁ ପରବର୍ତ୍ତି ନିର୍ଦେଶ ଆସିବା ପାଇଁ ଅପେକ୍ଷା କରିବାକୁ ପଡ଼ିବ। ରାଜ୍ୟ ସରକାରଙ୍କ ବିରୋଧରେ ମନ୍ତବ୍ୟ ଦେବା ପାଇଁ ASI ଉପରେ ଚାପ ପକା ଯାଉଛି ବୋଲି କହିଛନ୍ତି ପିନାକୀ ମିଶ୍ର। ସିଭିଲ ଇଙ୍ଗିନିୟର ଜାଣିଛନ୍ତି କେତେ ଗଭୀର ଖୋଲା ଯିବ ସେ ଅନୁସାରେ କାମ ହେଉଛି। ଏହା ମୋର କିମ୍ବା ସମ୍ବିତ ପାତ୍ରଙ୍କ କାମ ନୁହେଁ ଏହା ଜନତାର କାମ ଭକ୍ତ ଙ୍କ କାମ।

ad-week
Leave A Reply

Your email address will not be published.