ପରକୀୟା ପ୍ରୀତିର କରୁଣ ପରିଣତି, ସ୍ତ୍ରୀକୁ ହାଣିଦେଲା ସ୍ୱାମୀ

add-all

କେନ୍ଦୁଝର: କେନ୍ଦୁଝର ଜିଲା ତେଲକୋଇ ଥାନା ଅନ୍ତର୍ଗତ ଶିରିଗିଡ଼ା ଗ୍ରାମରେ ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ପରକୀୟା ପ୍ରୀତି ସନ୍ଦେହରେ ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କୁ ହତ୍ୟା କରିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ତାଙ୍କ ନାମ ବବିତା ପେଣ୍ଠେଇ (୨୨)। ମଙ୍ଗଳବାର ରାତିରେ ଏକ କଟୁରିରେ ସ୍ବାମୀ ନରୋତ୍ତମ ପେଣ୍ଠେଇ ହତ୍ୟା କରିଥିବା ଅଭିଯୋଗ ହୋଇଛି।

ହତ୍ୟା ପରେ ନରୋତ୍ତମ ଫେରାର ହୋଇଯାଇଥିଲେ। ଆଜି ସକାଳେ ଏହି ଘଟଣା ଜଣାପଡ଼ିବା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଥିଲା। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ସ୍ଥାନୀୟ ଲୋକମାନେ ଅଭିଯୁକ୍ତଙ୍କୁ ଗିରଫ ପାଇଁ ଦାବି କରିବା ପରେ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ନରୋତ୍ତମଙ୍କୁ ଗିରଫ କରିଛି। ପରକୀୟା ପ୍ରୀତି ସନ୍ଦେହରେ ସ୍ତ୍ରୀଙ୍କୁ ହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ା ତେଲକୋଇ ଥାନା ଅଧିକାରିଣୀ ସାଇପ୍ରଭା ରାଉତ କହିଛନ୍ତି, ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ଓ କଟୁରି ଜବତ ହୋଇଛି ା ଏନେଇ କେସ୍‌ ନମ୍ବର ୭୫/୨୨ରେ ଏକ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଚାଲିଛି।

ad-week
Leave A Reply

Your email address will not be published.