ବାତ୍ୟା ‘ଅସାନି’ ପ୍ରଭାବରେ ଆନ୍ଧ୍ରରେ ପ୍ରବଳ ବର୍ଷା

add-all

ଭୁବନେଶ୍ୱର: ଆଜି ରାତିରେ ଗଭୀର ଅବପାତ ଏବଂ ଆସନ୍ତାକାଲି ସକାଳ ସୁଦ୍ଧା ଅବପାତର ରୂପ ନେବ ବାତ୍ୟା ଅସାନି । ବର୍ତ୍ତମାନ ଉତ୍ତର-ପଶ୍ଚିମ ଦିଗରେ ‘ଅସାନି’ ଗତ କରୁଛି । ଘଣ୍ଟାପ୍ରତି ୬ କିମି ବେଗରେ ବାତ୍ୟା ଗତି କରୁଛି ।

ବାତ୍ୟା ‘ଅସାନି’ ପ୍ରଭାବରେ ଆନ୍ଧ୍ର ଉପକୂଳର ମଛଲିପାଟନମଠାରୁ ଟୁନି ମଧ୍ୟରେ ସମୁଦ୍ରରେ ପବନର ବେଗ ୭୦ରୁ ୮୦ କିଲୋମିଟର ରହିଛି।

ଆସନ୍ତାକାଲି ସକାଳ ବେଳକୁ ପବନର ବେଗ କମିଯାଇ ୪୫ରୁ ୫୫ କିମି ରହିବ ବୋଲି ପୂର୍ବାନୁମାନ କରାଯାଇଛି। ଦକ୍ଷିଣ ଓଡ଼ିଶାରେ ପବନର ବେଗ ୪୦ରୁ ୫୦ ଘଣ୍ଟା ରହିବ। କାଲି ଦକ୍ଷିଣ ଓଡ଼ିଶା ଓ ଉତ୍ତର ଓଡ଼ିଶାର ଉପକୂଳ ଅଞ୍ଚଳରେ ୪୦ରୁ ୫୦ କିମି ରହିପାରେ। ସେପଟେ ବାତ୍ୟା ଅସାନି ପ୍ରଭାବରେ ଆନ୍ଧ୍ରପ୍ରଦେଶରେ ପ୍ରବଳ ବର୍ଷା ଜାରି ରହିଛି।

ad-week
Leave A Reply

Your email address will not be published.