ବାତ୍ୟା ଅସାନୀର ପ୍ରଭାବରେ ଓଡିଶା ପ୍ରତି ବିପଦ ନାହିଁ : ଏସଆରସି

add-all

ଭୁବନେଶ୍ବର: ବାତ୍ୟା ଅସାନୀ ଆଉ କିଛି ସମୟ ପରେ କାକିନଡାଠାରେ ସ୍ଥଳଭାଗ ଛୁଇଁପାରେ। ତେବେ ଏହାର ପ୍ରଭାବରେ ଓଡ଼ିଶା ପ୍ରତି କୌଣସି ବିପଦ ନାହିଁ। ଓଡିଶାରେ ଅଧିକ ବର୍ଷା ହେବାର ସମ୍ଭାବନା ନାହିଁ। କୋରାପୁଟ, ରାୟଗଡା ଜିଲାରେ ବର୍ଷା ଲାଗି ରହିପାରେ। ବାତ୍ୟା ଅସାନୀ ସ୍ଥିତି ନେଇ ଏସଆରସି ପ୍ରଦୀପ ଜେନା ସୂଚନା ଦେଇଛନ୍ତି।

ଓଡିଶା ପ୍ରତି କୌଣସି ପ୍ରତିକୂଳ ପରିସ୍ଥିତି ସମ୍ଭାବନା ନାହିଁ। କୌଣସି ପରିସ୍ଥିତି ଦେଖାଦେଲ ପ୍ରଶାସନ ମୁକାବିଲା କରିବାକୁ ପ୍ରସ୍ତୁତ ରହିଛି ବୋଲି ସେ କହିଛନ୍ତି । ବାତ୍ୟା ଅସାନୀ ପ୍ରଭାବରେ ୨୪ ଘଣ୍ଟା ଭିତରେ କିଛି ଜିଲାରେ ବର୍ଷା ହୋଇଛି। ଖୋର୍ଦ୍ଧା, ନୟାଗଡ, କେନ୍ଦୁଝର ଜିଲାରେ ବର୍ଷା ହୋଇଛି। କେନ୍ଦୁଝର ଜିଲାରେ ସର୍ବାଧିକ ବର୍ଷା ହୋଇଛି।

ad-week
Leave A Reply

Your email address will not be published.