ଉନ୍ନତ ମାନର ଶାଗ ଓ ପରିବା ଅମଳ ପାଇଁ ଗ୍ରାମବାସୀଙ୍କୁ ବ୍ଲକ ପ୍ରଶାସନର ପରାମର୍ଶ

add-all

ଫୁଲବାଣୀ : କନ୍ଧମାଳ ଜିଲା କ.ନୂଆଗାଁ ବ୍ଳକ ପ୍ରଶାସନ ପକ୍ଷରୁ କୁଡୁତୁଳି ପଞ୍ଚାୟତ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ଗୃହରେ ଶିକ୍ଷା ସ୍ୱାସ୍ଥ୍ୟ ପୁଷ୍ଟିକର ଖାଦ୍ୟ ସମ୍ପର୍କୀତ ଏକ ସଚେତନତା ବୈଠକ ‘ପରିବର୍ତ୍ତନ’ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଅଧାରୁ ପାଠ ପଢ଼ା ବନ୍ଦ କରି ଥିବା ଛାତ୍ର ଛାତ୍ରୀ ମାନେ କିଭଳି ପୁଣି ଥରେ ଉଚ୍ଚ ଶିକ୍ଷା ଅଧ୍ୟୟନ କରି ପାରିବ ସେ ବିଷୟରେ ଉପସ୍ଥିତ ଛାତ୍ର ଛାତ୍ରୀ ଓ ଗ୍ରାମବାସୀଙ୍କୁ ସୂଚନା ଦିଆଯାଇଥିଲା ଏବଂ ଗ୍ରାମରେ ରହୁଥିବା ଲୋକେ ନିଜ ବାରିରେ କିଚେନ ଗାର୍ଡନେ ନିର୍ମାଣ କରି ଉନ୍ନତ ମାନର ଶାଗ ଓ ପରିବା ଅମଳ କରିବା ନିମନ୍ତେ ଗ୍ରାମବାସୀଙ୍କୁ ବ୍ଲକ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଥିଲା। ଅଙ୍ଗନୱାଡି କେନ୍ଦ୍ର ରେ ପ୍ରଦାନ କରାଯାଉଥିବା ପୁଷ୍ଟିକର ଖାଦ୍ୟ ଗ୍ରାମରେ ଥିବା ଶିଶୁ ଓ ପ୍ରସୂତି ମହିଳାମାନେ ଖାଇବା ନିମନ୍ତେ ପରାମର୍ଶ ଦିଆଯାଇଥିଲା।ଏହା ସହ ଗ୍ରାମରେ ଥିବା ସମେସ୍ତ କିଭଳି ମୌଳିକ ଅଧିକାର ବିଦ୍ୟୁତ, ରସନ୍, ବାର୍ଧକ୍ୟ ଭତ୍ତା, ପାଇବ ସେନେଇ ଆଲୋଚନା କରାଯାଇଥିଲା। ଏହି କାର୍ୟ୍ୟକ୍ରମରେ ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର, ବିଡିଓ ଶରତ କୁମାର ପାତ୍ର, ବ୍ଲକ ଅଧ୍ୟକ୍ଷା ସୁଲୋଚନା ଦଳବେହେରା ପ୍ରମୁଖ ଯୋଗ ଦେଇ ଗ୍ରାମବାସୀଙ୍କୁ ସରକାରଙ୍କ ସମସ୍ତ ଯୋଜନା ସମ୍ପର୍କରେ ସଚେତନ କରିଥିଲେ। ଏହି କାର୍ୟ୍ୟକ୍ରମକୁ କୁଡୁତୁଳି ସରପଞ୍ଚ ଚନ୍ଦ୍ର ମଲ୍ଲିକ ପରିଚାଳନା କରିଥିଲେ।

ad-week
Leave A Reply

Your email address will not be published.