ବରିଷ୍ଠ ବ୍ୟବସାୟୀଙ୍କ ହୃଦ୍‌ଘାତରେ ମୃତ୍ୟୁ

add-all

ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ଅଚଂଳର ଜଣାଶୂଣା ବ୍ୟବସାୟୀ ଓ ଟି ଭାସ୍କର ପାତ୍ର(୮୭)ଙ୍କ ମଙ୍ଗଳବାର ସିନେମଖହଛକସ୍ଥିତ ନିଜ ବାସଭବନରେ ହୃଦ୍‌ଘାତରେ ପରଲୋକ ହୋଇଛି । ହୃଦ୍‌ଘାତ ହେବା ପରେ ପରିବାର ଲୋକେ ଡାକ୍ତର ପାଖକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୂର୍ବତନ କାଉନ୍ସିଲର ଟି ରାମେଶ୍ଵର ପାତ୍ର ଙ୍କ ପିତା ବରିଷ୍ଠ ବ୍ୟବସାୟୀ ଟି ଭାସ୍କରପାତ୍ର ୧୯୬୨ ମସିହାରେ କବିସୂର୍ଯ୍ୟନଗରରେ ଶିକ୍ଷକତା କରିଥିଲେ ପରେ ହିଞ୍ଜିଳିକାଟୁ ଆସି ଏକ ତେଜରାତି ଦୋକାନ ଆରମ୍ଭ କରିଥିଲେ। ବ୍ୟବସାୟୀ ଭାବେ ସେ ହିଞ୍ଜିଳିକାଟୁ ସହ ଆଖପାଖ ଅଞ୍ଚଳରେ ଭଲ କ୍ଷାତି ଅର୍ଜନ କରିଥିଲେ। ସ୍ବର୍ଗତ ଟି ଭାସ୍କର ପାତ୍ର ଙ୍କ ମୃତ୍ୟୂ ବେଳକୁ ତିନି ପୁଅ ଓ ଦୁଇ ଝିଅ ଉପସ୍ଥିତ ଥିଲେ ପରେ ବଡ ପୁଅ ଓ ସାନ ପୁଅ ଆସିବା ପରେ ହିଞ୍ଜିଳିକାଟୁ ଘୋଡାହଡ ନଦୀପିଠ ସ୍ମଶାନରେ ଶେଷ କୃତ୍ୟ ସମ୍ପନ୍ନ ହୋଇଥିଲା ।

ad-week
Leave A Reply

Your email address will not be published.