ରାଉରକେଲା ସିଭିଲ ଟାଉନସିପ୍ ରାହୁଲ ଅଗ୍ରୱାଲ ମୃତ୍ୟୁ ମାମଲାର ନୂଆ ମୋଡ଼

add-all

ଘରେ ପହଞ୍ଚିଲା ମୃତ୍ୟୁ ପୂର୍ବରୁ ରାହୁଲ ପଠାଇଥିବା ପାର୍ସଲ

ରାଉରକେଲା (୧୧/୦୫) : ରାଉରକେଲା ର ଯୁବ ବ୍ୟବସାୟୀ ରାହୁଲ ଅଗ୍ରୱାଲ ଙ୍କ ଜାମସେଦପୁର ରେ ସନ୍ଦେହଜନକ ମୃତ୍ୟୁ ଘଟଣାରେ ଦିନକୁ ଦିନ ନୂଆ ମୋଡ ଆସୁଛି। ରାହୁଲ ମୃତ୍ୟୁ ପୂର୍ବରୁ ଏକ ଭିଡିଓ ବାର୍ତ୍ତା ରେ ତାଙ୍କ ଶ୍ୱଶୁର ଘର ମାନସିକ ନିର୍ଯାତନା ଦେଉଥିବା କହିଥିଲେ। ଏବେ ରାହୁଲ ମୃତ୍ୟୁ ପୂର୍ବରୁ ପଠାଇଥିବା ଏକ ପାର୍ସଲ କୋରିଅର ଯୋଗେ ଆସି ତାଙ୍କ ସିଭିଲ ଟାଉନଶିପ ଘରେ ପହଁଚିଛି। ଏହି ପାର୍ସଲ ରେ ରାହୁଲଙ୍କ ମୃତ୍ୟୁ ପୂର୍ବ ବାର୍ତ୍ତା ଥିବା ଅନୁମାନ କରାଯାଉଛି। ଏହି ପାର୍ସଲକୁ ଆସନ୍ତା କାଲି ଜାମସେଦପୁର ର ବିଷ୍ନୁପୁର ଥାନାରେ ଖୋଲାଯିବାର ସୂଚନା ମିଳିଛି। ଅନ୍ୟପକ୍ଷରେ ରାହୁଲଙ୍କ ପରିବାର ପକ୍ଷରୁ ତାଙ୍କ ଦୁଇ ସନ୍ତାନ କୁ ଫେରାଇ ଦେବାକୁ ନିବେଦନ କରାଯାଇଛି। ଏହା ସହ ରାହୁଲଙ୍କୁ ନ୍ୟାୟ ଦେବାକୁ ଦାବି କରାଯାଇଛି। ଇତିମଧ୍ୟରେ ରାହୁଲ ଙ୍କ ମୃତ୍ୟୁ ଲାଗି ଶ୍ୱଶୁର ଘର ଲୋକମାନେ ଦାୟୀ ଥିବା ନେଇ ବିଷ୍ଣୁପୁର ଥାନାରେ ଏକ ମାମଲା ହୋଇଛି। ଏବେ ଏହି ମାମଲାର ଅଭିଯୁକ୍ତ ରାହୁଲଙ୍କ ଶ୍ୱଶୁର ପ୍ରଦୀପ ଚୁଡ଼ିୱାଲ ଙ୍କ ସମେତ ଅନ୍ୟ ୪ ଜଣ ଫେରାର ଅଛନ୍ତି । ସୂଚନାଯୋଗ୍ୟ ଯେ ଗତ ୫ ତାରିଖ ଦିନ ଜାମସେଦପୁର ରେ ଏକ ସାତ ମହଲା କୋଠା ଉପରୁ ପଡି ରାହୁଲଙ୍କ ମୃତ୍ୟୁ ହୋଇଥିଲା। ରାହୁଲ ଏବଂ ତାଙ୍କ ପରିବାର ନାମରେ ଶ୍ୱଶୁର ଘର ପକ୍ଷରୁ ଯୌତୁକ ନିର୍ଯ୍ୟାତନା ମାମଲା ଦିଆଯାଇ ହଇରାଣ କରାଯାଉଥିବାରୁ ସେ ମାନସିକ ଚାପରେ ଥିବା ଅଭିଯୋଗ ହୋଇଛି।

ad-week
Leave A Reply

Your email address will not be published.