ଏଣିକି ମଦ୍ରାସାରେ ଶୁଭିବ ଜାତୀୟ ସଂଗୀତ

add-all

ଲକ୍ଷ୍ନୌ: ଏଣିକି ମଦ୍ରାସାରେ ଶୁଭିବ ଜାତୀୟ ସଂଗୀତ। ଉତ୍ତରପ୍ରଦେଶର ମାଦ୍ରାସାରେ ଜାତୀୟ ସଂଗୀତ ଗାନକୁ ବାଧ୍ୟତାମୂଳକ କରାଯାଇଛି। କ୍ଲାସ୍ ଆରମ୍ଭ ପୂର୍ବରୁ ମଦ୍ରାସାର ସବୁ ଛାତ୍ରଛାତ୍ରୀ ଓ ଶିକ୍ଷକମାନେ ଜାତୀୟ ସଂଗୀତ ଗାନ କରିବେ। ଆଜିଠାରୁ ଏହି ନିୟମ ଲାଗୁ ହେବ।
ଉତ୍ତର ପ୍ରଦେଶ ସଂଖ୍ୟାଲଘୁ ମନ୍ତ୍ରୀ ଦାନିଶ ଆଜାଦ ଅନ୍‌ସାରୀ ଏହି ନିର୍ଦ୍ଦେଶ ଜାରି କରିଛନ୍ତି। ଗତ ମାର୍ଚ୍ଚ ୨୪ ତାରିଖରେ ୟୁପି ମଦ୍ରାସା ଏଜୁକେସନ୍ ବୋର୍ଡ ପକ୍ଷରୁ ଏକ ବୈଠକ ବସିଥିଲା। ଏଥିରେ ଏହି ନିଷ୍ପତ୍ତି ନିଆଯାଇଥିଲା। ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା ପାଇଁ ମେ ୯ ତାରିଖରେ ପାରିତ କରାଯାଥିଲା। । ଏହାକୁ ଆଜିଠାରୁ ଲାଗୁ କରାଯାଇଛି। ଫଳରେ ମଦ୍ରାଶା ବିଦ୍ୟାର୍ଥୀ ପୂର୍ବରୁ ଧାର୍ମିକ ପ୍ରାର୍ଥନା ଗାନ କରିବା ସହ ଦେଶର ଜାତୀୟ ସଂଗୀତ ବି ଗାଇବେ।
ରମଜାନ ପାଇଁ ମଦ୍ରାସାଗୁଡ଼ିକ ମାର୍ଚ୍ଚ ୩୦ ତାରିଖରୁ ମେ ୧୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିଥିଲା। ଗୁରୁବାର ମଦ୍ରାସା ସ୍କୁଲ୍ ଖୋଲିଥିବା ବେଳେ ଏହି ନିର୍ଦ୍ଦେଶ ଲାଗୁ ହୋଇଛି।

ad-week
Leave A Reply

Your email address will not be published.