ବିଦ୍ୟୁତ ଓ ନେଟୱାର୍କ ସେବା ର ସ୍ଥାୟୀ ସମାଧାନ ପାଇଁ ଜିଲ୍ଲା ପାଳଙ୍କ ଉଦ୍ଧେଶ୍ୟରେ ଦାବିପତ୍ର ପ୍ରଦାନ…

add-all

ଦାରିଙ୍ଗବାଡି : କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ବିଦ୍ୟୁତ ବିଭାଗ ସଵଷ୍ଟେସନ ଅଞ୍ଚଳରେ ଲଗାତାର ବିଦ୍ୟୁତ ବିଭ୍ରାଟ ଓ ଏକମାତ୍ର ଥିବା ବିଏସେନେଲ ଇଣ୍ଟରନେଟର ଘୋର ସମସ୍ୟା ଲାଗିରହୁଛି। ଏ ସମ୍ପର୍କରେ ସ୍ଥାନୀୟ ଜନସାଧାରଣ ପକ୍ଷରୁ ଜିଲ୍ଲା ପ୍ରଶାସନ ନିକଟରେ ବାରମ୍ବାର ଲିଖିତ ଅଭିଯୋଗ କରାଯାଇଥିଲେ ବି କୌଣସି ସୁଫଳ ମିଳୁନଥିବାରୁ ଜନ ଅସନ୍ତୋଷ ବଢ଼ିବାରେ ଲାଗିଛି। ଏହାର ସମାଧାନ କରାଯିବା ନେଇ ଶନିବାର ଦିନ ବ୍ରାହ୍ମଣୀଗାଁ ଯୁବ ଗୋଷ୍ଠୀ ଜିଲ୍ଲାପାଳଙ୍କ ଉଦ୍ଧେଶ୍ୟରେ ପୁନର୍ବାର ଏକ ଲିଖିତ ଅଭିଯୋଗ ବ୍ରାହ୍ମଣୀଗାଁ ଥାନା ଭାରପ୍ରାପ୍ତ ଅଧିକାରୀ ଙ୍କ ଜରିଆରେ ପ୍ରଦାନ କରିଛନ୍ତି। ପ୍ରକାଶ ଥାଉକି ଏଥି ପୂର୍ବେ ଉକ୍ତ ସମସ୍ୟାକୁ ନେଇ ଆଞ୍ଚଳିକ ମହିଳା ସଂଗଠନ ଓ ଯୁବସଙ୍ଘ ପକ୍ଷରୁ ଏକ ଶାନ୍ତି ରାଲି ଶୋଭାଯାତ୍ରାରେ ଯାଇ ଥାନା ଅଧିକାରୀ ଙ୍କ ଜରିଆରେ କନ୍ଧମାଳ ଜିଲ୍ଲା ପାଳଙ୍କ ଉଦ୍ଧେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ଆଜକୁ ଛଅ ମାସ ରୁ ଉର୍ଦ୍ଧ୍ବ ସମୟ ବିତିଯାଇଥିଲେ ବି ସମସ୍ୟାର ସମାଧାନ ଦିଗରେ ଜିଲା ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ। ଏଣୁ ବ୍ରାହ୍ମଣୀଗାଁ ଯୁବ ସଂଗଠନ ପକ୍ଷରୁ ଆଜି ପୁନର୍ବାର ଏକ ଲିଖିତ ଦାବିପତ୍ର ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟ ରେ ପ୍ରଦାନ କରାଯାଇଛି। ଉକ୍ତ ଦାବିପତ୍ର ରେ ସାଵଷ୍ଟେସନ ରେ ପଡିରହିଥିବା ନୂତନ ଟ୍ରାନ୍ସଫର୍ମର ଗୁଡିକ ତୁରନ୍ତ କାର୍ଯ୍ୟରେ ଲଗାଇ ବାରମ୍ବାର ବିଦ୍ୟୁତ କାଟ ଭଳି ସମସ୍ୟାର ସମାଧାନ କରିବା ଏବଂ ଇଣ୍ଟରନେଟ ସେବା ପାଇଁ ଉଚ୍ଚ କ୍ଷମତା ସମ୍ପନ ମେସିନ ଅର୍ଥାତ ୪-ଜୀ ସେବା ପ୍ରଦାନ ଓ ଅନ୍ୟ ଏକ ନୂତନ ଟାୱାର ସ୍ଥାପନ କରିବା ପାଇଁ ଅଭିଯୋଗ କରାଯାଇଛି। ସାତ ଦିନ ମଧ୍ୟରେ ଉକ୍ତ ସମସ୍ୟା ର ସମାଧାନ କରା ନ ଗଲେ ଆଗାମୀ ଦିନରେ ଅଞ୍ଚଳ ଯୁବଗୋଷ୍ଠୀ ସମେତ ସର୍ଵ ସାଧାରଣ ବଡ଼ ଧରଣର ଆନ୍ଦୋଳନ କରିବା ପାଇଁ ପ୍ରସ୍ତୁତ ହେଉଥିବା ବିଶେଷ ସୂତ୍ରରୁ ଜଣାପଡିଛି।

ad-week
Leave A Reply

Your email address will not be published.