ଦିଲ୍ଲୀ ଅଗ୍ନିକାଣ୍ଡ ଘଟଣା: କୋଠା ମାଲିକ ଗିରଫ

add-all

ନୂଆଦିଲ୍ଲୀ: ଦିଲ୍ଲୀର ମୁଣ୍ଡକାରେ ଯେଉଁ କୋଠାରେ ଶୁକ୍ରବାର ଦିନ ଅଗ୍ନିକାଣ୍ଡ ଘଟି ୨୭ ଜଣ ଲୋକଙ୍କ ମୃତ୍ୟୁ ହୋଇଥିଲା, ତା’ର ମାଲିକ ମନୀଷ ଲାକ୍ରାଙ୍କୁ ପୁଲି ଆଜି ଗିରଫ କରିଛି। ଏହି ଘଟଣା ପରେ ସେ ଫେରାର ହୋଇଯାଇଥିଲେ।
ପଶ୍ଚିମ ଦିଲ୍ଲୀର ମୁଣ୍ଡକା ମେଟ୍ରୋ ଷ୍ଟେସନ ପାଖରେ ଏହି ୩ ମହଲା କୋଠା ରହିଛି। ଦିଲ୍ଲୀ ଅଗ୍ନିଶମ ସେବା ମୁଖ୍ୟ ଅଧିକାରୀ ଅତୁଲ ଗର୍ଗଙ୍କ ସୂଚନା ଅନୁଯାୟୀ, ଏହି କୋଠାରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଆଦୌ ନଥିଲା କହିଲେ ଭୁଲ ହେବ ନାହିଁ। ଏହାକୁ ଅଗ୍ନିଶମ ବିଭାଗର ସ୍ୱୀକୃତି ମିଳି ନଥିଲା। ଏହାକୁ ଏନ୍‌ଓସି ମିଳି ନଥିଲା। ବିଦ୍ୟୁତ୍‌ ସର୍ଟସର୍କିଟ୍‌ରୁ ସେଠାରେ ନିଆଁ ଲାଗିଥିଲା।
ସେ ଆହୁରି କହିଛନ୍ତି, ଏହି କୋଠାରୁ ବାହାରିବା ପାଇଁ କେବଳ ଗୋଟିଏ ହିଁ ରାସ୍ତା ରହିଛି। କୋଠାରେ କ୍ଷମତା ଠାରୁ ଅଧିକ ଉପକରଣ ରଖାଯାଇଥିଲା। ତା’ଭିତରେ ଥିବା ଏକ ଫ୍ୟାକ୍ଟ୍ରିରେ ବ୍ୟାପକ ମାତ୍ରାରେ ପ୍ଲାଷ୍ଟିକ୍ ବ୍ୟବହାର କରାଯାଇଥିଲା।
ଏହି ଘଟଣାରେ ଆହୁରି ୨୯ ଜଣ ନିଖୋଜ ଥିବା କୁହାଯାଉଥିବା ବେଳେ ଏନେଇ ସବିଶେଷ ତଥ୍ୟ ଆସି ନାହିଁ।

ad-week
Leave A Reply

Your email address will not be published.