ଶିଶୁ ସାହିତ୍ୟିକ କୈଳାଶ ଚନ୍ଦ୍ର ଧଳ ପାଇଲେ ସାହିତ୍ୟ ଜ୍ୟୋତି ସମ୍ମାନ

add-all


ଫୁଲବାଣୀ : କନ୍ଧମାଳର ବିଶିଷ୍ଟ ଶିଶୁ ସାହିତ୍ୟିକ କୈଳାଶ ଚନ୍ଦ୍ର ଧଳ ଙ୍କୁ ସନ୍ଥ କବି ଭୀମ ଭୋଇ ସାହିତ୍ୟ ପରିଷଦ, ଅନୁଗୋଳ ତରଫରୁ ରାଜ୍ୟ ସ୍ତରୀୟ ସାହିତ୍ୟ ଜ୍ୟୋତି ସମ୍ମାନ ପ୍ରଦାନ କରଯାଇଛି l କଟକ ସlରଳା ଭବନ ଠାରେ ଆୟୋଜିତ ରାଜ୍ୟସ୍ତରୀୟ ସାହିତ୍ୟ ଏବଂ ଆଧ୍ୟାତ୍ମିକ ସମ୍ମିଳନୀ ର ଏକ ବର୍ଣ୍ଣାଢ୍ୟ ଉତ୍ସବରେ ଶ୍ରୀ ଧଳଙ୍କୁ ଉପସ୍ଥିତ ଅତିଥି ମାନେ ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ୱର୍ଦ୍ଧନା କରିଥିଲେ l ଉତ୍ସବରେ ରାଜ୍ୟ ସମ୍ପାଦକ ତଥା ଅର୍ଥ ବିଭାଗ ଉପ ସଚିବ ଶ୍ରୀ ସଂଗ୍ରାମ କେଶରୀ ସାମନ୍ତ ରାୟ ଙ୍କ ସଂଯୋଜନାରେ ଅତିଥି ଭାବେ ସଂସ୍କୃତି ବିଭାଗ ନିର୍ଦେଶକ ରଞ୍ଜନ କୁମାର ଦାସ, ପଦ୍ମଶ୍ରୀ ଶ୍ୟାମାମଣୀ ଦେବି, ଚଳଚ୍ଚିତ୍ର ନିଗମର ଅଧ୍ୟକ୍ଷ କୁନା ତ୍ରିପାଠୀ, ବ୍ୟଙ୍ଗ କବି ଶ୍ରୀ ଜ୍ଞାନ ହୋତା, ଶ୍ରୀ ସଂଥ, ଗବେଷକ ଉଦ୍ଧବ ଚରଣ ନାୟକ, ଏକାଦଶୀ ପ୍ରଧାନ, ବ୍ୟଙ୍ଗ କବି ସଂମ୍ପଦ ରଥ, ସାହିତ୍ୟିକ ବିଶ୍ୱଜିତ ସୂର୍ଯ୍ୟ ବଂଶୀ, ପ୍ରତିଭା ମହାରଥୀ, ଡ଼ଃ ନିରଞ୍ଜନ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ l
ଶ୍ରୀ ଧଳ କନ୍ଧମାଳର ଜଣେ ଜଣାଶୁଣା ସାହିତ୍ୟିକ l ଏହା ପୂର୍ବରୁ ସେ ବହୁ ଅନୁଷ୍ଠାନ ତରଫରୁ ସମ୍ୱର୍ଦ୍ଧିତ ହୋଇଛନ୍ତି lତାଙ୍କର ଏ ସମ୍ମାନ ପାଇଁ ଡ଼ଃ ନୃସିଂହାନନ୍ଦ ମହାପାତ୍ର, ପ୍ରସନ୍ନ ପଣ୍ଡା, ସୂର୍ଯ୍ୟାକାନ୍ତି ବାରିକ, ଡ଼ଃ ପ୍ରେମାନନ୍ଦ ମହାପାତ୍ର ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି

ad-week
Leave A Reply

Your email address will not be published.