ବ୍ରଜରାଜନଗର ଉପନିର୍ବାଚନ: ବିଜେପିର ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକାରେ ୫ କେନ୍ଦ୍ର ମନ୍ତ୍ରୀ

add-all

ଭୁବନେଶ୍ୱର : ବ୍ରଜରାଜନଗର ଉପନିର୍ବାଚନ ପାଇଁ ଅଣ୍ଟା ଭିଡିଛନ୍ତି ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ ଶାସକ ବିଜୁ ଜନତା ଦଳ, ବିରୋଧୀ ଭାରତୀୟ ଜନତା ପାର୍ଟି ଏବଂ କଂଗ୍ରେସ । ନାମାଙ୍କନ ପତ୍ର ଦାଖଲଠୁ ନେଇ ପ୍ରତ୍ୟାହାର ପ୍ରକ୍ରିୟା ଶେଷ ହୋଇ ସାରିଛି । ଏବେ ପ୍ରଚାରରେ କମ୍ପିବ ବ୍ରଜରାଜନଗର ମଇଦାନ । ଛୁଟିବ ମାଳ ମାଳ ନେତାଙ୍କ ସୁଅ ।

ଏହି କ୍ରମରେ ବିଜେପି ନିଜର ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛି । ଏଥିରେ ସଭାପତି ସମୀର ମହାନ୍ତିଙ୍କ ସହ ୫ କେନ୍ଦ୍ର ମନ୍ତ୍ରୀ ରହିଛନ୍ତି ।

ପ୍ରଚାର ତାଲିକାରେ ସଭାପତି ସମୀର ମହାନ୍ତିଙ୍କ ସହ ପାଞ୍ଚ କେନ୍ଦ୍ର ମନ୍ତ୍ରୀ ପିୟୂଷ ଗୋଏଲ, ଧର୍ମେନ୍ଦ୍ର ପ୍ରଧାନ, ପ୍ରହ୍ଲାଦ ଯୋଶୀ, ଅଶ୍ୱିନୀ ବୈଷ୍ଣବ ଏବଂ ବିଶେଶ୍ୱର ଟୁଡୁଙ୍କ ସହ ବରିଷ୍ଠ ନେତା ଜୁଏଲ ଓରାମ, ଓଡ଼ିଶା ରାଜ୍ୟ ପ୍ରଭାରୀ ଡ.ପୁରନ୍ଦେଶ୍‌ରୀ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ, ବୈଜୟନ୍ତ ପଣ୍ଡା, ପ୍ରତାପ ଷଡଙ୍ଗୀ ଅଛନ୍ତି । ଉଲ୍ଲେଖନୀୟ ବ୍ରଜରାଜନଗର ଉପ ନିର୍ବାଚନରେ ବିଜେପି ରାଧାରାଣୀ ପଣ୍ଡାଙ୍କୁ ପ୍ରାର୍ଥୀ କରିଛି । ବିଜେଡି ଅଳକା ମହାନ୍ତିଙ୍କୁ ପ୍ରାର୍ଥୀ କରିଥିବା ବେଳେ କଂଗ୍ରେସ କିଶୋର ପଟେଲଙ୍କ ଉପରେ ଆସ୍ଥା ପ୍ରକଟ କରିଛି ।

ad-week
Leave A Reply

Your email address will not be published.