ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ତରଫରୁ ଏନ୍‌ଏସ୍‌ଏସ୍‌ ଦଳ କୋଇମ୍ବାଟୁର ଗସ୍ତ

add-all

ବ୍ରହ୍ମପୁର : ଭାରତ ସରକାରଙ୍କ ଜାତୀୟ ସେବା ଯୋଜନା ଅନୁକୂଲ୍ୟରେ ସଂପ୍ରତି କୋଇମ୍ଵ।ଟୁର ଠାରେ ଆସନ୍ତ। ୧୮ ମେ ଠାରୁ ୨୪ ମେ ପର୍ଯନ୍ତ ହେବାକୁଥିବା ଜାତୀୟ ସିଂହତି ଶିବିରରେ ଯୋଗଦେବାକୁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଏନ୍‌ଏସ୍‌ଏସ୍‌ ର ଏକ ଏଗାର ଜଣିଆ ସ୍ୱେଚ୍ଛାସେବୀ ଦଳ କୋଇମ୍ବାଟୁର ଗସ୍ତ କରିଛନ୍ତି।
ଗୋପାଳପୁର କଲେଜ ଅଧ୍ୟାପିକା ତଥା ଏନ୍‌ଏସ୍‌ଏସ୍ କାର୍ଯ୍ୟକ୍ରମ ଅଧିକାରିଣୀ ଏସ୍. ରୂପ ଲକ୍ଷ୍ମୀ ଙ୍କ ନେତୃତ୍ୟରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଏନ୍‌ଏସ୍‌ଏସ. ସ୍ଵେଛାସେବୀ ଅଖିଳେଶ ବେହେରା , ଦୁର୍ଗା ମାଧବ ପ୍ରଧାନ, ଜିଜ୍ଞାସା ବେହେରା, ପୋଲସରା ମହାବିଦ୍ୟାଳୟର ଶ୍ରୀକାନ୍ତ ସାହୁ, ରାୟଗଡ଼ା ଭେଙ୍କଟଶ୍ଵର ନାଗ, ସୁଇଟି ନାୟକ, ଟିକାବାଲିର ପ୍ରବିଣୀ ସେଠୀ, ଜ୍ୟୋତିମୟୀ ପ୍ରଧାନ, ନବରଙ୍ଗପୁରର ନୀଳକଣ୍ଠ ବିଷୋୟୀ ଏବଂ ଗଜପତିର ସନ୍ତୋଷୀମଲା ରେଡ୍ଡୀ ଏହି ଦଳରେ ସ୍ଥାନ ପାଇଛନ୍ତି।
ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଏନ୍‌ଏସ୍‌ଏସ୍‌ କାଯ୍ୟକ୍ରମ ଅଧିକାରୀ ଡ. ଧ୍ରୁବ ଚରଣ ପଣ୍ଡା, ଗଞ୍ଜାମ ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରିଣୀ ସ୍ଵର୍ଣ୍ଣଲତା ପଟ୍ଟନାୟକ, ପୋଲସରା କଲେଜ କାର୍ଯ୍ୟକ୍ରମ ଅଧିକାରିଣି ଜ୍ୟୋତ୍ସା ରାଣି ପଟ୍ଟନାୟକ , ଟିକାବାଲିର ଅଧ୍ୟାପକ ନରେନ୍ଦ୍ର ଦିଗାଲ, ପ୍ରମୁଖ ବ୍ରହ୍ମପୁର ଷ୍ଟେସନରେ ଉପସ୍ଥିତ ରହି ଏହି ଦଳକୁ ଶୁଭେଚ୍ଛା ଜଣେଇଥିଲେ ।

ad-week
Leave A Reply

Your email address will not be published.