ହିଞ୍ଜିଳିକାଟୁ ପ୍ରସିଦ୍ଧ ଲକ୍ଷ୍ମୀନୃସୀଂହ ଯାତ୍ରା ଉଦଯାପିତ…

add-all

ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁର ପ୍ରସିଦ୍ଧ ୩ ଦିନିଆ ଲକ୍ଷ୍ମୀନୃସିଂହ ଯାତ୍ରା ସୋମବାର ଉଦଯାପିତ ହୋଇଯାଇଛି। ଶେଷ ଦିବସରେ ଆତସବାଜି ପଟୁଆରରେ ସହର ଦୁଲୁକି ଉଠିଥୁଲା। ଯାତ୍ରାର ପ୍ରଥମ ଦୁଇ ଦିନିକୁ ହିଞ୍ଜିଳିକାଟୁ ପାଟଣା ସାହିରେ ଥିବା ଲକ୍ଷ୍ମୀନୃସିଂହ ମନ୍ଦିର ଯାତ୍ରା କମିଟି ଓ ରଙ୍ଗଣି ସାହି ଯାତ୍ରା କମିଟି ତରରୁ ପାଳନ କରାଯାଇଥିଲା । ଯାତ୍ରାର ୨ୟ ଦିନରେ କେଉଟ ବାଡ ତରଫରୁ ଏକ ବିରାଟ ଆତସବାଜି ପଟୁଆର ଅନୁଷ୍ଠିତ ହୋଇଥିଲା। ବିଭିନ୍ନ ପ୍ରକାର ଲକ୍ଷାଧ୍ୟକ ଟଙ୍କାର ଆଧୁନିକ ଆତସବାଜି ଫୁଟାଯାଇଥିଲା । ଯାହାକୁ ଦେଖିବାକୁ ଆଖ ପାଖ ଗ୍ରାମର ହଜାର ହଜାର ଲୋକଙ୍କ ସମାଗମ ହୋଇଥିଲା। ଚଳିତ ବର୍ଷ ଯାତ୍ରା ଅନୁଷ୍ଠିତ ହେଉଥିବା ୩ଦିନଯାକ ପାଗ ଅସହ୍ୟ ଗରମ ଓ ଗୁଳୁଗୁଳି ଥିବା ସତ୍ତ୍ୱେ ବହୁ ସଂଖ୍ୟାରେ ଜନଗହଳି ଦେଖିବାକୁ ମିଳିଥିଲା ଯାତ୍ରା ନିମନ୍ତେ ହିଞ୍ଜିଳିକାଟୁ ସହରର ମେଇନ ରୋଡ଼, ରଙ୍ଗଣି ସାହି,କେଉଟ ସାହି ରାଜା ସାହି,ଥାନା ସାହି,ଥାନା ତୋଟା ସାହି, ଦେଓଘର ସାହି ,ସିନେମାହଲଛକପ୍ରମୁଖ ଉତ୍ସବମୁଖର ହୋଇଥିଲା। ପାଟଣା ସାହି

,ରଜାସାହି,ଥାନାସାହି,ଥାନାତୋଟାସାହି,ଦେଓଘରସାହି,ଗୋପଵନ୍ଧୁମାର୍ଗ,ଵଡ ରଙ୍ଗୁଣି ସାହି, କେଉଟ ସାହି, ସିନେମାହଲ ଛକ, ମେଇନରୋଡ, ପ୍ରମୁଖ ସାହିରେ ରଙ୍ଗ
ବେରଙ୍ଗ ତୋରଣ ସହିତ ଆଲୋକମାଳାରେ ସଜାଯାଇଛି। ଶେଷ ଦିନରେ ସମସ୍ତ ସାହିରେ ସମସ୍ତ କଳାକୁଞ୍ଜ ଖୋଲାଯାଇଥିଲା । ଯାତ୍ରା ନିମନ୍ତେ ମାନସିକଧାରୀ ଭକ୍ତ ସହରର ରାଜା ସାହିରେ ଥିବା ଲକ୍ଷ୍ମୀନୃସିଂହ ମନ୍ଦିରରେ । ଲକ୍ଷ୍ମୀନୃସିଂହ ଠାକୁରଙ୍କୁ ଦର୍ଶନକରି ବାଘ ବେଶ, ପିଲା ଖାଇ ଡ଼ାହାଣି, କେଳା କେଳୁଣି,ବାୟା ବାୟାଣି ସହ ବିଭିନ୍ନ ପୌରାଣିକ ଓ ଆଧୁନିକ ବେଶରେ ସହର ପରିକ୍ରମା କରିଥିଲେ । ସେହିପରି ରାଜା ସାହି, କେଉଟ ସାହି, ରଙ୍ଗଣି ସାହିଗୁଡ଼ିକରେ ବିଭିନ୍ନ ପୌରାଣିକ ଓ ଆଧୁନିକ କଳାକୁଞ୍ଜ ଗୁଡ଼ିକ ଦର୍ଶକଙ୍କ ମନ ମୋହିଥିଲା। ରଵିବାର ରାତିରେ କେଉଟ ବାଡ ତରଫରୁ ରାଜା ସାହିରେ ଥିବା ଲକ୍ଷ୍ମୀନୃସିଂହ ମନ୍ଦିରର ଠାକୁରଙ୍କୁ ବିମାନରେ ବାଦ୍ୟ ବାଦଣା, ଶଙ୍ଖ ମହୁରୀ, ବାଘ, ଭାଲୁ ହାତି,ଘୋଡ଼ା, ରାଜା ରାଣୀଙ୍କ ବେଶ ସହ ବିରାଟ ପଟୁଆରରେ ସହରର ବିଭିନ୍ନ ସାହି ପରିକ୍ରମା କରି ପୁଣି ମନ୍ଦିରକୁ ଅଣାଯାଇଥିଲା। ସୋମବାର ରାତିରେ ରଙ୍ଗୁଣି ସାହି ତରଫରୁ ଏକ ବିରାଟ ବାଣ ପଟୁଆରରେ ଲକ୍ଷାଧିକ ଟଙ୍କାର ଆଧୁନିକବାଣ ଫୁଟାଯାଇଥିଲା ଯାହାକୁ ଦେଖିବାକୁ ଆଖ ପାଖ ଗ୍ରାମର ବହୁ ଲୋକଙ୍କ ସମାଗମ ଦେଖିବାକୁ ମିଳିଥିଲା ବିଭିନ୍ନ ସାହି ବସ୍ତିରେ ଯୁବ ସ୍ଵେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଆଇସକ୍ରିମ, ଶୀତଳ ପାନୀୟ


ପଣା, ଖେଚୁଡ଼ି,ହାଲୁଆ, ପଲଉ,ମିଷ୍ଟାନ୍ନ,ବାଦାମ ମିଲ୍କ, ଫୁଡିଙ୍ଗ, ଆଦି ଵଣ୍ଟନ କରାଯାଇଥିଲା ଯାତ୍ରା ସମୟରେ ଶାନ୍ତି ରକ୍ଷା କରିବା ପାଇଁ ପୋଲିସ ଜଗି ରହିଥିଲେ। ମ୍ୟୁନସିପାଲଟି ତ ପରିମଳ ବ୍ୟବସ୍ଥା, ଡାକ୍ତରଖାନା ତରଫରୁ ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ର ,ଅଗ୍ନିଶମ ବିଭାଗ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା ଯାତ୍ରାର ଦିନରେ ପ୍ରବଳଗରମ ଥିବା ସତ୍ତ୍ୱେ ଜନଗହଳି ହୋଇଥିଲା । ଶେଷରେ ଯାତ୍ରା ତରରୁ ହିଞ୍ଜିଳି ପୌରପରିଷଦ, ବିଦ୍ୟୁତ ବିଭାଗ ,ଅଗ୍ନିଶମ ବିଭାଗ, ସ୍ବାସ୍ଥ୍ୟ ବିଭାଗ,ଜନସ୍ବାସ୍ଥ୍ୟ ବିଭାଗ ସମେତ ସମସ୍ତ ସରକାରୀ ନିଜ ନିଜର ଦାୟିତ୍ୱ ତୁଲାଇଥିଲେ। ଶେଷ ଦିନରେ ହିଞ୍ଜିଳିକାଟୁ ଲକ୍ଷ୍ମୀନୃସିଂହ କଳାମନ୍ଦିର ତରଫରୁ କୁନି କୁନି କୋମଳମତି ଶିଶୁକଳାକାରଙ୍କୁ ନେଇ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମରେ। ହିଞ୍ଜିଳିକାଟୁ ପୌରପରିଷଦ ଅଧ୍ୟକ୍ଷ ସୁଵାସ ପଲେଈ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଅନ୍ୟତମ ଅତିଥିଭାବେ ହିଞ୍ଜିଳିକାଟୁ ଥାନା ଅଧିକାରୀ ଅଭିମନ୍ୟୁ ଦାସ, ହିଞ୍ଜିଳିକାଟୁ ପୌରପରିଷଦ ଉପାଧ୍ୟକ୍ଷା ସୁଚିତ୍ରା ପଣ୍ଡା, ପ୍ରେସକ୍ଳଵ ହିଞ୍ଜିଳିକାଟୁ ସଭାପତି ଦ୍ୱୀତୀକୃଷ୍ଣ ପଣ୍ଡା, ରଙ୍ଗୁଣିବାଡ ଯାତ୍ରା ସଭାପତି ବଶିଂଧର ସାହୁ, ସମ୍ପାଦକ ଶରତ ସାହୁ, ଗୁରୁ ଭୂବନେଶ୍ବର ସେନାପତି, ଗୁରୁ ସତ୍ୟନାରାୟଣ ସାହୁ, ଗୁରୁ ଲିଙ୍ଗରାଜ ସେନାପତି, ଗୁରୁ ଦିଲ୍ଲିପ କୁମାର ସାହୁ, ଗୁରୁ ନରସିଂହ ସାହୁ,ଗୁରୁ ରମାକାନ୍ତ ସାହୁ,ଗୁରୁ ମାନସ ରଞ୍ଜନ ରଥ,ଗୁରୁ ରମାକାନ୍ତ ସାହୁ ପ୍ରମୁଖ ପ୍ରଦ୍ବିପ ପ୍ରଜ୍ଜଳନ କରି କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ ।ସାଂସ୍କ୍ରୃତିକ କାର୍ଯ୍ୟକ୍ରମ ଆରମ୍ଭରେ ସମସ୍ତ ଅତିଥିଙ୍କୁ ଔପଢୋକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମ କୁ ଗୁରୁ ନିରଞ୍ଜନ ସାହୁ ପରିଚାଳନା କରିଥିବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ। କୁନି କୁନି କୋମଳମତି ଶିଶୁକଳାକାରଙ୍କ ସଙ୍ଗିତ ,ତବଲା, ଓଡିଶି ନୃତ୍ୟ ପ୍ରତିଭା ପରିବେଷଣ ସମସ୍ତ ଯାତ୍ରା ପ୍ରେମିଙ୍କ ମଳ ମୋହିଥିଲା।ସମସ୍ତ ଜନ ସାଧାରଣ ଲକ୍ଷ୍ମୀନୃସିଂହ କଳାମନ୍ଦିର ଅନୁଷ୍ଠାନର ସମସ୍ତ ସଦସ୍ୟ ଙ୍କୁ ସାଧୁବାଦ ଜଣାଇଥିଲେ ।ବଣିକ ସଂଘ ସଭାପତି ନୃସିଂହ ପ୍ରସାଦ ପଟ୍ଟନାୟକ, ସମ୍ପାଦକ ବିଶ୍ବମ୍ବର ସାହୁ, ଶିକ୍ଷକ ଅଖିଳ କୁମାର ପଣ୍ଡା, ପର୍ଶୁରାମ ସାହୁ ପ୍ରମୁଖ ସହଯୋଗ କରିଥିଲେ ।

ad-week
Leave A Reply

Your email address will not be published.