ରାଜଧାନୀରୁ ଅପହୃତ ଯୁବକଙ୍କୁ ଉଦ୍ଧାର କଲା ପୁଲିସ୍, ୩ ଅଭିଯୁକ୍ତ ଗିରଫ

add-all

ଭୁବନେଶ୍ବର: ଯୁବକଙ୍କ ମୁଣ୍ଡ ଜାମିନ ରଖି ୨ ଲକ୍ଷ ଟଙ୍କା ମାଗୁଥିବା ଅଭିଯୋଗରେ କମିସନରେଟ ପୁଲିସ ଆଜି ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସୂଚନା ଅନୁସାରେ ବକେୟା ଟଙ୍କା ଆଦାୟକୁ ନେଇ ଭୁବନେଶ୍ୱର ବଡଗଡ଼ କେନାଲ ରୋଡ଼ରୁ ଜଣେ ଯୁବକକୁ ଦୁର୍ବୃତ୍ତମାନେ ମଙ୍ଗଳବାର ରାତିରେ ଅପହରଣ କରିଥିଲେ। ଦୁର୍ବୃତ୍ତମାନେ ଯୁବକଙ୍କୁ ମଞ୍ଚଶ୍ୱେର ଅଞ୍ଚଳରେ ରଖି ପରିବାର ଲୋକଙ୍କୁ ୨ ଲକ୍ଷା ଟଙ୍କା ମାଗୁଥିଲେ।

ଏନେଇ ପରିବାର ଲୋକେ ପୁଲିସ ନିକଟରେ ଅଭିଯୋଗ କରିଥିଲେ। ପୁଲିସ ଭାଇ-ଭଉଣୀ ଓ ପରିବାର ସଦସ୍ୟ ସାଜି ଟଙ୍କା ନେଇ ଘଟଣାସ୍ଥଳରେ ପହଞ୍ଚିଥିଲା। ବଡଗଡ଼ ପୁଲିସ ଟଙ୍କା ଦାବି କରିଥିବା ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ପଚରାଉଚରା କରୁଛି।

ରାଜଧାନୀ ଭୁବନେଶ୍ବର ଦିନକୁ ଦିନ ଅସୁରକ୍ଷିତ ହୋଇପଡୁଛି। ଘରୁ ବାହାରିବା ମାତ୍ରେ ପ୍ରଥମେ ସୁରକ୍ଷା ଚିନ୍ତା କରିବାକୁ ପଡୁଛି। ରାସ୍ତାରେ କେତେବେଳେ କ’ଣ ଘଟିବ, ତାହା କେହି କହିପାରିବେ ନାହିଁ। ଭୁବନେଶ୍ବର ମହାନଗର ଉପରେ ସିସିଟିଭି ନଜର ରଖିଛି। ପ୍ରତି ଛକରେ ପୁଲିସ ମୁତୟନ ଅଛନ୍ତି। କିନ୍ତୁ ଏହି ସୁରକ୍ଷା ବ୍ୟବସ୍ଥାକୁ ଦୁର୍ବୃତ୍ତମାନେ ଆଦୌ ଖାତିର କରୁନାହାନ୍ତି। ପୁଲିସର ଦୁର୍ବଳତାର ସୁଯୋଗ ନେଇ ଦୁର୍ବୃତ୍ତମାନେ ଅନେକ ସମୟରେ ଅଘଟଣ ଘଟାଉଛନ୍ତି।

ad-week
Leave A Reply

Your email address will not be published.