ଆତ୍ମସମର୍ପଣ କଲେ କ୍ୟାଡ଼ର ମାଓବାଦୀ ଅଶୋକ ପୁନେ…

add-all

ଫୁଲବାଣୀ :କେକେବିଏ ମାଓ ଡିଭିଜନର ଜଣେ ଏରିଆ କମିଟି ମେମ୍ବର ଅଶୋକ ପୁନେ କନ୍ଧମାଳ ଆରକ୍ଷୀ ଅଧିକ୍ଷକ ଭିନୀତ ଅଗ୍ରୱାଲଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି । ଅଶୋକ କେକେବିଏନ ମାଓ ସଂଘଠନ ରେ ୧୩ ବର୍ଷ ଧରି କାର୍ଯ୍ୟ କରୁଥିଲେ । କନ୍ଧମାଳ ଜିଲାରେ ସାତ ବର୍ଷ ଧରି କାର୍ଯ୍ୟ କରୁଥିଲେ । ଅଶୋକ ପୁନେ ବହୁ ହିଂସାକାଣ୍ଡ ସାମିଲ ଥିବା ପୁଲିସ କହିଛି ।ତେବେ ମାଓ ସଙ୍ଘଠନରେ ଉଚିତ କାର୍ଯ୍ୟ କରୁନଥିବାରୁ ବାଧ୍ୟ ହୋଇ ଆତ୍ମ ସମର୍ପଣ କରିଥିଲେ । ଏଥି ସହିତ ଅଶୋକ ପୁନେ ସରକାରଙ୍କ ବିକାଶ ମୂଳକ କାର୍ଯ୍ୟରେ ପ୍ରଭାବିତ ହୋଇଥିବା କହିଛନ୍ତି। ସରକାର ବିକାଶ ମୂଳକ କାର୍ଯ୍ୟ କରୁଥିବାରୁ ହିଂସା ପରିତ୍ୟାଗ କରି ଆତ୍ମସମର୍ପଣ କରିଥିବା କହିଛନ୍ତି। ଏହାସହିତ ସେ ସମାଜର ମୁଖ୍ୟସ୍ରୋତରେ ସାମିଲ ହେବା ସହ ଅନ୍ୟ ମାଓ ସାଥି ଭାଇ ମାନଙ୍କୁ ମଧ୍ୟ ଆତ୍ମ ସମର୍ପଣ ପାଇଁ ଆହ୍ୱାନ କରିଛନ୍ତି। ଅଶୋକ ପୁନେ କନ୍ଧମାଳ ଆରକ୍ଷୀ ଅଧିକ୍ଷକ ଭିନୀତ ଅଗ୍ରୱାଲଙ୍କ ନିକଟରେ ଆତ୍ମସମର୍ପଣ କରିବା ବେଳେ ଏସ୍‌ପି ପୁଷ୍ପଗୁଚ୍ଛ ଦେଇ ତାଙ୍କୁ ସ୍ୱାଗତ କରିଛନ୍ତି।

ad-week
Leave A Reply

Your email address will not be published.