ଟିଏମସିକୁ ଫେରିଗଲେ ଅର୍ଜୁନ ସିଂହ

add-all

କୋଲକାତା: ଯାହା ଚର୍ଚ୍ଚା ହେଉଥିଲା ତାହା ହିଁ ଘଟିଛି। ପଶ୍ଚିମବଙ୍ଗର ବିଜେପି ଉପାଧ୍ୟକ୍ଷ ଅର୍ଜୁନ ସିଂହ ବିଜେପି ଛାଡ଼ି ପୁଣି ଥରେ ଆଜି ଟିଏମସିରେ ଯୋଗ ଦେଇଛନ୍ତି। ସେ ଲୋକସଭା ନିର୍ବାଚନ ପୂର୍ବରୁ ଟିଏମସି ଛାଡି ୨୦୧୯ ରେ ବିଜେପିରେ ଯୋଗ ଦେଇଥିଲେ। ଟିଏମସିରେ ଯୋଗଦେବା ପରେ ଅର୍ଜୁନ ସିଂ କହିଛନ୍ତି, ଅନେକ ଲୋକ ପଶ୍ଚିମବଙ୍ଗର ବିକାଶକୁ ରୋକିବାକୁ ଚେଷ୍ଟା କରିଥିଲେ। ସେଥିପାଇଁ ମୁଁ ଅନେକ ସମସ୍ୟାର ସମ୍ମୁଖୀନ ହୋଇଛି । ତେଣୁ ମୁଁ ପୁଣିଥରେ ମୋ ଘରକୁ ଫେରି ଆସିଛି। ଆଗକୁ ଜାତୀୟ ସ୍ତରରେ ମମତାଙ୍କ ନେତୃତ୍ୱରେ ଦମଦାର ଲଢ଼େଇ ହେବ। ।
ଆସନ୍ତାକାଲି ସେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟିବେ ବୋଲି କହିଛନ୍ତି।ବିଜେପିର ପୂର୍ବତନ ଉପାଧ୍ୟକ୍ଷ ତଥା ବରାକପୁରର ସାଂସଦ ଅର୍ଜୁନ ସିଂହ ଟିଏମସିରେ ମିଶିବା ପରେ ଦଳ ପକ୍ଷରୁ ତାଙ୍କୁ ସ୍ୱାଗତ କରାଯାଛି। ସେ ଆଜି ଟିଏମସିର ଜାତୀୟ ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀଙ୍କ ଉପସ୍ଥିତିରେ ଯୋଗ ଦେଇଛନ୍ତି। ଗତ ୬ ମାସ ହେଲା ଅର୍ଜୁନ ସିଂ ଟିଏମସି ସହ ଯୋଗାଯୋଗରେ ଥିବା ଜଣାପଡ଼ିଛି।
ନିକଟରେ ଅର୍ଜୁନ ସିଂହ ଅଭିଯୋଗ କରିଛନ୍ତି ଯେ, ବିଜେପି ରାଜ୍ୟ ସଂଗଠନ ତାଙ୍କୁ ଠିକ୍ ଭାବରେ କାର୍ଯ୍ୟ କରିବାକୁ ଅନୁମତି ଦେଉନାହିଁ । ଅର୍ଜୁନ ସିଂହ ୨୦୧୯ ରେ ଟିଏମସିରୁ ବିଜେପିରେ ଯୋଗ ଦେଇଥିଲେ

ad-week
Leave A Reply

Your email address will not be published.