ରାତାରାତି ଦୁଇକୋଟି ଟଙ୍କା ଲଟେରୀ ଜିତିଲେ କାଶ୍ମୀର ଯୁବକ

add-all

ଜମ୍ମୁ:ହିନ୍ଦୀ ସିନେମାର ଏକ ଗୀତ ଶୁଣିଥିବେ। ଦେନେୱାଲା ଜଭି ଦେତା ଦେତା ଛପର ଫାଡ଼କେ । ଠିକ୍‌ ଏମିତି ଜଣେ ବ୍ୟକ୍ତିଙ୍କ ଭାଗ୍ୟ ହଠାତ୍‌ ଚମକି ଉଠିଛି। ଗରିବରୁ ରାତାରାତି ଧନୀ ହୋଇ ଯାଇଛନ୍ତି ସେ। ତାଙ୍କ ହାତରେ ଲାଗିଛି ୨ କୋଟି ଟଙ୍କା। ଯାହାକୁ କମେଇବା ପାଇଁ ତାଙ୍କୁ ସାରା ଜୀବନ ଲାଗିଯାଇଥାନ୍ତା ଗୋଟିଏ ଚୁଟକିରେ ଜିଣିଯାଇଛନ୍ତି ସେ। କୋଟିପତି ହୋଇଥିବା ଏହି ଯୁବକ ଜଣକ ହେଉଛନ୍ତି କଶ୍ମୀରିର ଅନନ୍ତନାଗ ଜିଲ୍ଲାର ୱାସିମ ରାଜା। ଅନଲାଇନ ଫ୍ଲାଟଫର୍ମ ଡ୍ରିମ୍‌ ୧୧ରେ ବାଜି ଜିତି ଏହି ଟଙ୍କା କମେଇ ପାରିଛନ୍ତି ସେ। ୱାସିମ କହିଛନ୍ତି ଯେ, ସେ ଶନିବାର ବିଳମ୍ବତ ରାତିରେ ଶୋଇବାକୁ ଯାଇଥିଲେ। ଏହି ସମୟରେ ତାଙ୍କର କେହି ଜଣା ବନ୍ଧୁ ଡ୍ରିମ୍‌-୧୧ ତାଲିକାରେ ତାଙ୍କ ନାମ ସର୍ବାଗ୍ରେ ଥିବା କହିଥିଲେ। ଏହା ପରେ ସେ ୨ କୋଟି ଟଙ୍କା ଜିତି ପାରିଥିବା ଜଣାପଡ଼ି ଥିଲା। ଏହି ଖବର ପ୍ରସାରଣ ହେଲା ପରେ ତାଙ୍କ ପ୍ରତି ଶୁଭେଚ୍ଛାର ଭିଡ଼ ଲାଗିଛି। ୱାସିମ କହିଛନ୍ତି ମୁଁ ଦଇ ୨ ବର୍ଷ ହେଲା
ଭାଗ୍ୟ ପରୀକ୍ଷା କରି ଆସୁଥିଲେ। ଆଇପିଏଣ ଫାଣ୍ଟାଷ୍ଟି ଟିମ୍ ତିଆରି ନେଇ ୨ ବର୍ଷ ହେଲା ଡ୍ରିମ୍‌ ୧୧ରେ ଭାଗ ନେଇ ଆସୁଥିଲି। ଏବେ ମୋର ସେଇ ସ୍ୱପ୍ନ ପୂରଣ ହୋଇ ପାରିଛି। ଜଣେ କୋଟିପତି ହେବା ସ୍ୱପ୍ନର କଥା। ଏହି ସହାୟତା ଆମକୁ ଦାରିଦ୍ର୍ୟ ଜାଲରୁ ମୁକ୍ତି କରିପାରିବ।
ଏହି ଟଙ୍କାରେ ମୁଁ ମୋର ଅସୁସ୍ଥ ମା’ର ଚିକିତ୍ସା କରିପାରିବି। ୱାସିମ ରାଜାଙ୍କୁ ତାଙ୍କ ସମର୍ଥକମାନେ ଶୁଭେଚ୍ଛା ଜଣାଉଥିବା ଭିଡିଓ ଭାଇରାଲ ହେବାରା ଲାଗିଛି। ଡ୍ରିମ୍‌-୧୧ ହେଉଛି ଭାରତୀୟ ସ୍ପୋର୍ଟସ୍‌ ପ୍ଲାଟଫର୍ମର ଏକପ୍ରକାର ଅନଲାଇନ୍‌ ସଟ୍ଟା। କ୍ରିକେଟ, ହକି, ଫୁଟବଲ, କବାଡ଼ି ଓ ବାସ୍କେଟ ବଲ ଖେଳରେ ଭାଗ ନେଇ ୟୁଜରମାନେ ରାତାରାତି ବହୁ ଅର୍ଥ କମାଇ ପାରୁଛନ୍ତି।

ad-week
Leave A Reply

Your email address will not be published.