୩୦୦ ଫୁଟ୍‌  କୂଅ ଭିତରକୁ ଖସିପଡ଼ିଲା ୬ ବର୍ଷର ଛୁଆ

add-all

ଅମୃତସର: ୩୦୦ ଫୁଟ୍‌ର ଏକ ଗଭୀରକୂଅ ଭିତରକୁ ଖସିପଡ଼ିଲା ୬ ବର୍ଷର ଛୁଆ। ଏମିତି ଏକ ଅଭାବନୀୟ ଘଟଣା ପଞ୍ଜାବର ହୋସିଆରପୁରରେ ଘଟିଛି। ପିଲାଟିକୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଛି। ମିଳିଥିବା ସୂଚନା ଅନୁଯାୟୀ, ଉଦ୍ଧାର ପାଇଁ ସେନାକୁ ଡକାଯାଇଛି। ଏହି ଉଦ୍ଧାର କାର୍ଯ୍ୟରେ ଏକ ଜେସିବି ମେସିନ ନିୟୋଜିତ ଅଛି। ଜେସିବି ମେସିନିଟି କୂଅର ଅନିତି ଦୂରରୁ ଖୋଳିବା ଆରମ୍ଭ କରିଛି।
ସମ୍ପୂର୍ଣ୍ଣ ସତର୍କତାର ସହ ଧିରେ ଧିରେ ‌ଖୋଳି କୂଅ ମୁହାଁ ହେଉଛି ଜେସିବି। ଦେଢ଼ ଘଣ୍ଟା ମଧ୍ୟରେ ମେସିନଟି ୧୫ ଫୁଟ୍‌ ଖୋଳି ସାରିଛି । ଶିଶୁ ପୁତ୍ରଟି କୂଅର ୯୫ ଫୁଟରେ ଲାଗି ଥିବା ଜଣାପଡ଼ିଛି। ଇତି ମଧ୍ୟରେ ପିଲାଟି ନିକଟରେ ଉଦ୍ଧାରକାରୀ ଦଳ ପକ୍ଷରୁ ଅମ୍ଲଜାନ ପହଞ୍ଚାଯାଇଛି। ଯାହା ଫଳରେ଼ ପିଲାଟିର ଅବସ୍ଥା ସ୍ଥିର ରହିବ ପାରିବା। ତେବେ କୂଅ ଭିତରେ ପିଲାଟି ଚେତା ଶୂନ୍ୟ ଥିବା କୁହାଯାଉଛି।
ଏକ କ୍ଲିପ ମାଧ୍ୟମରେ ପିଲାଟିକୁ ଉଦ୍ଧାର ପାଇଁ ଉଦ୍ୟମ କରାଯାଥିଲେ ମଧ୍ୟ ବିଫଳ ହୋଇଛି। ଘଟଣାଟି ହୋସିଆପୁର ଜିଲ୍ଲାର ମୁଖ୍ୟାଳୟଠାରୁ ୨୫ କିମି ଦୂରରେ ଘଟିଛି। ତେବେ କେଉଁ ପରିସ୍ଥିତିରେ ପିଲାଟି କୂଅ ଭିତରକୁ ଖସିପଡ଼ିଲା ତାହା ଜଣାପଡ଼ି ନାହିଁ।

ad-week
Leave A Reply

Your email address will not be published.