କୁତବମିନାର ପରିସର ଖୋଳାଯିବା ଯୋଜନାକୁ ଅସ୍ବୀକାର କଲେ ମନ୍ତ୍ରୀ

add-all

ନୂଆଦିଲ୍ଲୀ: ଦିଲ୍ଲୀରେ ଥିବା ପୁରାତନ ଐତିହ୍ୟ କୁତବ ମିନାର ପରିସରରେ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ(ଏସଆଇ) ପକ୍ଷରୁ ଉତ୍‌ଖନନ ନେଇ ଜୋରଦାର ଚର୍ଚ୍ଚା ହୋଇଥିଲା ବେଳେ ଏହାର ଅବସାନ ଘଟାଇଛନ୍ତି ଦିଲ୍ଲୀର ସଂସ୍କୃତି ମନ୍ତ୍ର ଜିକେ ରେଡ୍ଡୀ। କୁତବ ମିନାର ପରିସରରେ ସର୍ବେକ୍ଷଣ ପାଇଁ ସେମିତି କିଛି ନିର୍ଦ୍ଦେଶ ଜାରି ହୋଇ ନଥିବା ସେ ସେ କହିଛନ୍ତି। ଏ ସମ୍ପର୍କରେ ସେଭଳି କିଛି ନିଷ୍ପତ୍ତି ମଧ୍ୟ ହୋଇ ନଥିବା ସେ କହିଛନ୍ତି।
ଜ୍ଞାନବାପୀ ମସଜିଦ୍‌ରେ କମ୍ପ୍ଲେକ୍ସରେ ହିନ୍ଦୁ ମୂର୍ତ୍ତି ଥିବା ନେଇ ଚର୍ଚ୍ଚା ହେବା ପରେ କୁତୁବ ମିନାର ବିବାଦ ଘେରକୁ ଆସିଥିଲା। ଏଏସଆଇ ଜଣେ ପୂର୍ବତନ ନିର୍ଦ୍ଦେଶକ ଧରମବୀର ଶର୍ମା କୁତୁବ ମିନାରକୁ ନେଇ ଏକ ଚାଞ୍ଚଲ୍ୟକର ତଥ୍ୟ ରଖିଥିଲେ। ସେ କହଇଥିଲେ ଯେ, କୁତବମିନାର ହିନ୍ଦୁ ଶାସକ ବିକମ୍ରା ଦୈତ୍ୟଙ୍କ ଦ୍ୱାରା ନିର୍ମାଣ ହୋଇଥିଲା। ଏହାକୁ କୁତବ ଅଲ ଦିନ ଐବାକ ତିଆରି କରି ନଥିଲେ ବୋଲି ସେ ଥିଲେ ।
ଏଏସ୍‌ଆଇର ପୂର୍ବତନ ଆଞ୍ଚଳିକ ଅଧିକାରୀ ଧର୍ମବୀର ଶର୍ମା କହିଛନ୍ତି, “ଏହା କୁତବ ମିନାର ନୁହେଁ, ବର ଗୋଟିଏ ସୂର୍ଯ୍ୟ ସ୍ତମ୍ଭ। ଏହାକୁ ୫ମ ଶତାବ୍ବୀରେ ରାଜା ବିକ୍ରମାଦିତ୍ୟ ସୂର୍ଯ୍ୟଙ୍କ ଦିଗ ଉପରେ ଗବେଷଣା କରିବାକୁ ତିଆରି କରିଥିଲେ। କୁତବ ଅଲ ଦିନ ଐବାକ ଏହାକୁ ତିଆରି କରି ନାହାନ୍ତି। ଏନେଇ ତାଙ୍କ ପାଖରେ ଅନେକ ପ୍ରମାଣ ରହିଛି। ମୁଁ ଏଏସ୍‌ଆଇ ଅନେକ ଥର କୁତବ ମିନାରରେ ସର୍ଭେ କରିଛି। କୁତବ ମିନାରର ଟାୱାର୍‌ ୨୫ ଇଞ୍ଚର ଅଣେଇ ହୋଇ ରହିଛି। ଏହାକୁ ସୂର୍ଯ୍ୟଙ୍କ ଉପରେ ଗବେଷଣା କରିବା ପାଇଁ ଏହାକୁ ଏପରି ତିଆରି କରାଯାଇଥିଲା। ଏହି କାରଣ ପାଇଁ ଜୁନ୍‌ ୨୧(ସବୁଠାରୁ ବଡ଼ ଦିନ)ରେ କୁତବ ମିନାରର ଛାଇ ଉକ୍ତ ଅଞ୍ଚଳରେ ଅଧା ଘଣ୍ଟା ପାଇଁ ପଡ଼େ ନାହିଁ। ଏହା ବିଜ୍ଞାନ ଓ ପ୍ରତ୍ନତତ୍ତ୍ୱ ବିଭାଗର ତଥ୍ୟ। । ଏହା ପରେ କୁତବ ମିନାର ପରିସରରେ ଖନନ କାର୍ଯ୍ୟ ନେଇ ସଂସ୍କୃତି ମନ୍ତ୍ରାଳୟ ନିର୍ଦ୍ଦେଶ ଦେଇଥିବା ଚର୍ଚ୍ଚା ହୋଇଥିଲା।

ad-week
Leave A Reply

Your email address will not be published.