ପ୍ରିୟଦର୍ଶୀ ପଟ୍ଟନାୟକ ସ୍ମୃତି କ୍ରିକେଟ : ଫାଇନାଲରେ ଅଶୋକ ନଗର ଏକାଦଶ…

add-all
ହିଞ୍ଜିଳିକାଟୁ ପ୍ରତିନିଧି // ନିସର୍ତ୍ତ

ହିଂଜିଳିକାଟୁ : ହିଂଜିଳିକାଟୁ ବୃନ୍ଦାବନ ବିଦ୍ୟାପୀଠ ମିନି ଷ୍ଟାଡ଼ିଅମରେ ପ୍ରେସ କ୍ଲବ ହିଂଜିଳିକାଟୁ ସହଯୋଗରେ ଏମସିସି କ୍ରିକେଟ କ୍ଲବ ଦ୍ଵାରା ଆୟୋଜିତ ପ୍ରିୟଦର୍ଶୀ ପଟ୍ଟନାୟକ ମେମୋରିଆଲ ଦିବା ରାତ୍ର ଟେନିସ ବଲ କ୍ରିକେଟ ଟୁର୍ନାମେଟ ରେ ରବିବାର ସଂଧ୍ୟାରେ। ଆସିକା ଆର୍ମୀ ଏକାଦଶ ଓ ଅଶୋକ ନଗର ଏକାଦଶ ବ୍ରହ୍ମପୁର ମଧ୍ୟରେ ଅନୁଷ୍ଠିତ ହୋଇଥିଲା ।ମ୍ୟାଚରେ ଆସିକା ଆର୍ମୀ ଏକାଦଶ ଟସ ଜିତି ବ୍ୟାଟିଁ ନିଷ୍ପତି ନେଇଥିଲେ। ଆର୍ମୀ ଏକାଦଶ ୧୧,୪ ଓଭର ଖେଳି ୧୦ ୱିକେଟ ହରାଇ ୭୩ ସଂଗ୍ରହ କରିଥିଲା। ଜଵାବରେ ଅଶୋକ ନଗର ଏକାଦଶ ୮ ଓଭର ଖେଳି ୫ ୱିକେଟ ହରାଇ ଆବଶ୍ୟକ ରନ ସଂଗ୍ରହ କରି ଵିଜୟ ହାସଲ କରି ଫାଇନାଲ ମ୍ୟାଚ ପାଇଁ ମନୋନୀତ ହୋଇଥିଲେ । ଅଶୋକ ନଗର ଏକାଦଶ ବ୍ରହ୍ମପୁର ର ସତୀସ ୩ଟିୱିକେଟ ନେବା ସହ ୧୫ ରନ ସଂଗ୍ରହ କରି ମେନ ଅଫ ଦି ମ୍ୟାଚ ଘୋଷିତ ହୋଇଥିଲେ। ହିଞ୍ଜିଳିକାଟୁ ପୌରପରିଷଦ ପୁର୍ବତନ ଉପାଧ୍ୟକ୍ଷ ପବିତ୍ର ମୋହନ ପାଣିଗ୍ରାହୀ ଅତିଥି ଭାବେ ଯୋଗ ଦେଇ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ପ୍ରଦାନ କରିଥିଲେ ।
ଜୟଦେବ ମହାରଣା ଓ କେଶବ ମହାରଣା ପରିଚାଳନା କରିଥିଲେ। ଅମୂଲ୍ୟ ରତ୍ନ ପଣ୍ଡା ଧାରା ବିବରଣୀ ପ୍ରଦାନ କରିଥିବା ବେଳେ ବଣ୍ଟି ପୃଷ୍ଟି ସ୍କୋରର ଦାୟିତ୍ବ ତୁଲାଇଥିଲେ। , ସତ୍ୟ ପାଣିଗ୍ରାହି, ସୁଜିତ ସାଇଁ ଓ ଚିନ୍ମୟ ପଣ୍ଡା ,ଶ୍ରୀଧର ମହାରଣା ଙ୍କସମେତ କ୍ରିକେଟ କ୍ଳବର ସଦସ୍ୟ ପରିଚାଳନାରେ ସହଯୋଗ କରିଥିଲେ ।

ad-week
Leave A Reply

Your email address will not be published.