ସାମ୍ବାଦିକଙ୍କ ପାଇଁ ଶିଶୁ ସୁରକ୍ଷା ଆଇନ କର୍ମଶାଳା

add-all

ଫୁଲବାଣୀ : ଦିନକୁ ଦିନ ଶିଶୁମାନଙ୍କ ଉପରେ ଯୌନ ନିର୍ଯ୍ୟାତନା ବୃଦ୍ଧି ପାଇବା ଓ ଏନେଇ ଗଣମାଧ୍ୟମରେ ପ୍ରକାଶ ପାଉଥିବା ଖବର କିଭଳି ଭାବରେ ଉପସ୍ଥାପନା ହେବା ଦରକାର ଓ ଆଇନ ରେ କଣ ସବୁ କଟକଣା ରହିଛି ସେ ନେଇ ଆଜି ରବିବାର ଜିଲ୍ଲାର ଅଗ୍ରଣୀ ସ୍ବେଛାସେବୀ ସଂଗଠନ ସାହାରା ଓ ପିକକ ପକ୍ଷରୁ ଫୁଲବାଣୀ ପ୍ରେସକ୍ଲବ ଠାରେ ଏକ ଦିନିକିଆ ମିଡ଼ିଆ ୱାର୍କସପ ଅନୁଷ୍ଠିତ ହୋଇଥଲା । ବରୀଷ୍ଠ ସାମ୍ବାଦିକ ଡଃ ଅରୁପ କୁମାର ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବରୀଷ୍ଠ ଆଇନ ଜିବୀ ବିଜୟକୃଷ୍ଣ ପଟ୍ଟନାୟକ ଯୋଗ ଦେଇ ଶିଶୁମାନଙ୍କ ଅଧ୍କାର ଓ ଶିଶୁ ସୁରକ୍ଷା ଆଇନ ସଂପର୍କରେ ସଚେତନ କରିଥିଲେ । ସେହିପରି ଓ ସ୍ବେଛାସେବୀ ସଂଗଠନ ଵାଲର୍ଡ ଭିଜନର ବରୀଷ୍ଠ କର୍ମକର୍ତ୍ତା ବିରେନ କୁମାର ଡିଗଲ, ସାଇବର କ୍ରାଇମ ବିଶେଷଜ୍ଞ ବିଶ୍ବଜିତସାହୁ, ପ୍ରେସ କ୍ଲବ ସଭାପତି ସୁନୀଲ ପଟ୍ଟନାୟକ, କାର୍ଯ୍ୟକାରୀ ସଭାପତି ଅଶୋକ ପରୀଡ଼ା,ବରୀଷ୍ଠ ସାମ୍ବାଦିକ ସନ୍ତୋଷଡିଗଲ ପ୍ରମୁଖ ଯୋଗ ଦେଇ ଜିଲ୍ଲାରେ ଦିନକୁ ଦିନ ଶିଶୁ ନିର୍ଯାତନା ମାମଲା ବୃଦ୍ଧି ପାଉଥବା ନେଇ ଉଦବେଗ କରିବା ସହ ରୋକିବା ଉପରେ ଗୁରୁତ୍ବ ଦେଇଥିଲେ ।ସାହାରା ସଂଗଠନର ସଂପାଦକ ସୁକାନ୍ତି ନାଏକ ସ୍ବାଗତ ଭାଷଣ ଦେବାସହ ଅତିଥ୍ ପରିଚୟ ପ୍ରଦାନ କରିଥ୍‌ଲସେହିପରି ଏହି ୱାର୍କସପରେ ଯୋଗଦେଇ ଥିବା ସମସ୍ତ ଗଣମାଧ୍ୟମ ପ୍ରତିନିଧୂମାନଙ୍କୁ ପ୍ରମାଣପତ୍ର ପ୍ରଦାନ କର।ଯାଇଥିଲା ।ଏହି ମିଡ଼ିଆ ୱାର୍କସପ ରେ ଫୁଲବାଣୀର ସମସ୍ତ ସାମ୍ବାଦିକ ଯୋଗ ଦେଇଥିଲେ ।

ad-week
Leave A Reply

Your email address will not be published.