କାମ କରିବାକୁ ଯାଇଥିଲେ ବିଦେଶ, ଏବେ ପେଟପୋଷିବା ଲାଗି ମାଗୁଛନ୍ତି ଭିକ

add-all

ଛତ୍ରପୁର : କାମ କରିବାକୁ ଯାଇ ଆରବ ଦେଶର କତରରେ ଜଣେ ଓଡ଼ିଆ ଶ୍ରମିକ ଭିକ ମାଗି ଚଳୁଥିବା ଜଣାପଡିଛି। ସେ ହେଲେ ଗଞ୍ଜାମ ଜିଲା ଖଲିକୋଟ ଥାନା ଶ୍ୟାମସୁନ୍ଦରପୁର ଗ୍ରାମର ବିଷ୍ଣୁ ପ୍ରସାଦ ଡାକୁଆ। ଗାଁରେ କୋଣସି କାମଧନ୍ଦା ନ ପାଇବାରୁ ଗତ ଦେଢ଼ ବର୍ଷ ତଳେ ଆରବ ଦେଶର କତରକୁ ସେ କାମ କରିବାକୁ ଯାଇଥିଲେ। ସେଠାରେ ସେ ୩ ମାସ କାମ କରିଥିଲେ। ସେ ତାଙ୍କୁ କାମ କରିଥିବା ଟଙ୍କା ମିଳି ନ ଥିଲା। ଏଭଳି ସ୍ଥିତିରେ ସେ ଗାଁକୁ ଫେରି ପାରି ନ ଥିଲେ। ଏପରି କି ତାଙ୍କର ଭିସା ଅବଧି ଶେଷ ହୋଇଯିବାରୁ ସ୍ଥାନୀୟ ପୋଲିସ ତାଙ୍କୁ ଗିରଫ କରିଥିଲା। ସେ ୨ ମାସ ଜେଲରେ ରହିଥିଲେ। ଏହି ସମୟରେ ବିଷ୍ଣୁଙ୍କ ପାସପୋର୍ଟ, ମୋବାଇଲ ଫୋନ ସହ ଅନ୍ୟ କାଗଜପତ୍ର ଚୋରି ହୋଇଯାଇଥିଲା। ଜେଲରୁ ଫେରିବା ପରେ ବିଷ୍ଣୁ ବହୁ କଷ୍ଟରେ ଭିକ ମାଗି ଚଳୁଥିବା ନେଇ ବାପା ଗଙ୍ଗାଧର ଡାକୁଆ କହିଛନ୍ତି। ପୁଅକୁ ଘରକୁ ଫେରାଇ ଆଣିବାକୁ ଗଙ୍ଗାଧର ଓ ମା’ କୁନି ଡାକୁଆ ସୋମବାର ଗଂଜାମ ଜିଲାପାଳଙ୍କୁ ନିବେଦନ କରିଛନ୍ତି।

ad-week
Leave A Reply

Your email address will not be published.