କ୍ୱାଡ ବୈଠକ ବେଳେ ପଇଁତରା ମାରିଲେ ଚାଇନା ଓ ରୁଷର ଯୁଦ୍ଧ ବିମାନ

add-all

ଟୋକିଓ: ଜାପାନରେ କ୍ୱାଡ ବୈଠକ ଚାଲିଥିବା ବେଳେ ସୀମା ଲଙ୍ଘିବାକୁ ଚେଷ୍ଟା କରିଛନ୍ତି ରୁଷ ଓ ଚାଇନା। ଭାରତର ପ୍ରଧାନମନ୍ତ୍ରୀଙ୍କ ସମେତ ୪ ଦେଶର ରାଷ୍ଟ୍ର ମୁଖ୍ୟ ଜାପାନାରେ କ୍ୱାଡ ବୈଠକ କରୁଥିଲେ। ଏହି ସମୟରେ ଚାଇନା ଓ ରୁଷର ୪ଟି ଯୁଦ୍ଧ ବିମାନ ଜାପାନ ସୀମାନ୍ତର ଅତି ନିକଟରେ ଘନଘନ ପଇଁତରା ମାରିଥିଲେ। ଏହାକୁ ଜାପାନ ସରକାର ବେଶ ଗୁରୁତ୍ୱସର ସହ ନେଇ ଚିନ୍ତା ପ୍ରକଟ କରିଛନ୍ତି।
ଜପାନର ପ୍ରତିରକ୍ଷା ମନ୍ତ୍ରୀ ନୋବୁଓ କିଶି କହିଛନ୍ତି, ତାଙ୍କ ସରକାର ରୁଷ ଓ ଚାଇନା ସାମ୍ନାରେ ଏପରି ଯୁଦ୍ଧ ବିମାନ ଉଡ଼ାଣକୁ ନେଇ ଗମ୍ଭୀର ଚିନ୍ତା ପ୍ରକଟ କରିଛନ୍ତି। ଆମେରିକା, ଭାରତ, ଜାପାନ ଓ ଅଷ୍ଟ୍ରେଲିଆର ରାଷ୍ଟ୍ରମୁଖ୍ୟମାନେ ଆଞ୍ଚଳିକ ସୁରକ୍ଷାକୁ ନେଇ ବୈଠକ କରୁଥିବା ବେଳେ ହିଁ ରୁଷ ଏବଂ ଚାଇନା ପକ୍ଷରୁ ସୀମାନ୍ତରେ ଯୁଦ୍ଧ ବିମାନ ଉଡ଼ା ଯାଇଛି।
ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ ଦୁଇ ଦେଶର ଯୁଦ୍ଧ ବିମାନ କୌଣସି ପ୍ରକାରର ଜାପାନର ବାୟୁସୀମା ନିୟମକୁ ଉଲ୍ଲଙ୍ଘନ କରି ନାହାନ୍ତି। କିନ୍ତୁ ବାୟୁସୀମା ନିକଟରେ ଘନଘନ ପଇଁତରା ମାରିଛନ୍ତି। ନଭେମ୍ବର ମାସରୁ ଏଥରକୁ ମିଶାଇ ରୁଷ ଓ ଚାଇନା ୪ର୍ଥ ଥର ପାଇଁ ଜାପାନ ନିକଟରେ ଯୁଦ୍ଧ ବିମାନ ମିଳିତ ଭାବେ ଉଡ଼ାଇଥିବାରୁ ଟୋକିଓ ଛାତିରେ ଛନକା ପଶିଛି।
କିଶି କହିଛନ୍ତି, “ଚାଇନାର ଦୁଇଟି ବୋମା ବର୍ଷଣକାରୀ ଯୁଦ୍ଧ ବିମାନ ରୁଷର ଦୁଇଟି ଯୁଦ୍ଧ ବିମାନ ସହ ମିଶି ଜାପାନ ସାଗର ନିକଟରେ ଯୁଦ୍ଧାଭ୍ୟାସ କରିଛନ୍ତି। ଏହାପରେ ଏକାଠି ୪ଟି ଯାକ ବିମାନ ପୂର୍ବ ଚାଇନା ସାଗର ଅଭିମୁଖେ ଉଡ଼ାଣ କରିଥିଲେ। ସେଠାରେ ୪ଟି ଯାକ ବିମାନ ମଧ୍ୟରୁ ୨ଟି ଅଟକି ଯାଇଥିଲା। ଏହାର ସ୍ଥାନ ନେବାକୁ ପୁଣି ୨ଟି ଚାଇନିଜ ବୋମା ବର୍ଷଣକାରୀ ବିମାନ ଉଡ଼ାଣ ଭରିଥିଲେ।
ଏହି ଦୁଇ ନୂଆ ବିମାନ ରୁଷ ସହ ମିଶି ପୂର୍ବ ଚାଇନା ସାଗରରୁ ପ୍ରଶାନ୍ତ ସାଗର ଅଭିମୁଖେ ଉଡ଼ାଣ ଭରିଥିଲେ। ଏହାବାଦ ରୁଷର ଗୋଟିଏ ବିମାନ ଗୁଇନ୍ଦାଗିରି କରିବା ପାଇଁ ମଙ୍ଗଳବାର ହୋକ୍କାଇଡିଓରୁ ଉଡ଼ାଣ ଭରି ନୋଟୋ ଭୂମଧ୍ୟସାଗରୀୟ ଅଞ୍ଚଳ ଯାଏ ଯାଇଥିଲା। ଟୋକିଓରେ ବୈଠକ ଚାଲିଥିବା ବେଳେ ଏଭଳି ଆଚରଣ କେବଳ ଉସକାଇବା ପାଇଁ କରାଯାଇଥିଲା।”
କ୍ୱାଡ ବୈଠକରେ ସବୁ ନେତା ୟୁକ୍ରେନ ଯୁଦ୍ଧ କଥା ଉଠାଇଥିଲେ। ଏଥିସହ ରୁଷ କିମ୍ବା ଚାଇନା ନାଁ ନ ନେଇ ବଳପୂର୍ବକ ସୀମାର ସ୍ଥିତାବସ୍ଥା ପରିବର୍ତ୍ତନ କରିବା ପାଇଁ ହେଉଥିବା ଉଦ୍ୟମକୁ ଦୃଢ଼ ଭାବେ ନିନ୍ଦା କରିଥିଲେ।

ad-week
Leave A Reply

Your email address will not be published.