ୟାସିନ୍‌ ମଲ୍ଲିକଙ୍କୁ ଆଜୀବନ କାରାଦଣ୍ଡ

add-all

ଜମ୍ମୁ: କଶ୍ମୀରିର ବିଚ୍ଛିନ୍ନତାବାଦୀ ନେତା ୟାସିନ୍‌ ମଲ୍ଲିକଙ୍କୁ ଆଜି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଇବା ଅଭିଯୋଗରେ ୟାସିନ୍‌ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଆଜି ତାଙ୍କ ବିରୋଧରେ ରାୟ ଆସିଛି। ୟାସିନ୍‌ ମଲିକଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ଦିଲ୍ଲୀସ୍ଥିତ ସ୍ୱତନ୍ତ୍ର ‘ଏନ୍‌ଆଇଏ’ ଅଦାଲତ। ୟାସିନଙ୍କୁ ଦୁଇଥର ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇଛି। ସେହିପରି ୧୦ ଲକ୍ଷ ଟଙ୍କା ଜରିମାନା କରାଯାଇଛି। ଦୁଇଟିଯାକ ଦଣ୍ଡାଦେଶ ଏକସଙ୍ଗେ କାର୍ଯ୍ୟକାରୀ ହେବ। ଆଜି ୟାସିନ୍‌ ମଲ୍ଲିକଙ୍କ ବିରୋଧରେ ଚୂଡ଼ାନ୍ତ ରାୟ ଆସିବାକୁ ଥିବାରୁ ପଟିଆଲାର ଏନଆଇଏ କୋର୍ଟ ପରିସରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।
ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ବିଚ୍ଛିନ୍ନତାବାଦୀ ନେତା ୟାସିନ ମଲ୍ଲିକଙ୍କୁ ଆଜୀବନ କାରାଦଣ୍ଡ ମିଳିବ ନା ଫାଶୀ ହେବ ସେ ନେଇ ସସ୍‌ପେନ୍ସ ଜାରି ରହିଥିଲା। ଯାହାର ଆଜି ଅବସାନ ଘଟିଛି। ଏହି ମାମଲାରେ ଦିଲ୍ଲୀ ପଟିଆଲା ହାଉସ କୋର୍ଟରେ ଶୁଣାଣି ହୋଇଛି। ୟାସିନ ମଲ୍ଲିକଙ୍କୁ ଫାଶୀ ଦିଆଯାଉ ବୋଲି କୋର୍ଟରେ ଦାବି କରିଥିଲା ଏନ୍‌ଆଇଏ(ନ୍ୟାସନାଲ ଇନ୍‌ଭେଷ୍ଟିଗେସନ୍‌ ଏଜେନ୍ସି)। ସେପଟେ ୟାସିନ୍‌ଙ୍କ ସପକ୍ଷ ଦଳ ତାଙ୍କୁ ଆଜୀବନ କାରାଦଣ୍ଡ ଦିଆଯାଉ ବୋଲି ଦାବି କରାଯାଇଥିଲା। ପଟିଆଲାର ଏନଆଇ କୋର୍ଟ ରାୟକୁ ଆଜି ଦିନ ୩ଟା ୩୦ ପର୍ଯ୍ୟନ୍ତ ସଂରକ୍ଷିତ ରଖିଥିଲେ।
କଶ୍ମୀର ବିଚ୍ଛିନ୍ନତାବାଦୀ ନେତା ୟାସିନ୍‌ଙ୍କୁ ପୂର୍ବରୁ ହିଁ ଅଦାଲତ ଦୋଷୀ ସାବ୍ୟସ୍ତ କରିସାରିଛନ୍ତି। ମେ ୧୯ରେ ଏନଆଇଏ କୋର୍ଟର ସ୍ୱତନ୍ତ୍ର ଜଜ୍ ପ୍ରବୀଣ ସିଂହ, ମଲ୍ଲିକଙ୍କୁ ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ (UAPA) ଅନୁଯାୟୀ ଦୋଷୀ ସାବ୍ୟସ୍ତ କରିଥିଲେ। ପଟିଆଲା ହାଉସ ସ୍ଥିତ ବିଶେଷ ଅଦାଲତ ଏନ୍‌ଆଇଏ ଅଧିକାରୀଙ୍କୁ ତାଙ୍କ ସମ୍ପତ୍ତିର ଆକଳନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଯାହାଦ୍ୱାରା ତାଙ୍କ ଜରିମାନା ରାଶି ନିର୍ଦ୍ଧାରିତ କରାଯାଇପାରିବ।
ଏହାପୂର୍ବରୁ ମେ’ ୧୦ରେ ମଲ୍ଲିକ କୋର୍ଟଙ୍କୁ କହିଥିଲେ ଯେ ‘ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ସେ ଚ୍ୟାଲେଞ୍ଜ କରିବାକୁ ଚାହୁଁ ନାହାଁନ୍ତି। ସେ ନିଜ ଅପରାଧ ସ୍ୱୀକାର କରୁଛନ୍ତି। ମଲ୍ଲିକ ବର୍ତ୍ତମାନ ଦିଲ୍ଲୀର ତିହାର ଜେଲରେ ରହିଛନ୍ତି।
ଉଲ୍ଲେଖ ଯୋଗ୍ୟ ଯେ, ୟାସିନ ମଲିକ ନିକଟରେ ୨୦୧୭ରେ କଶ୍ମୀର ଘାଟିରେ ଅଶାନ୍ତ ସୃଷ୍ଟି କରିବା ଏବଂ ଆତଙ୍କବାଦ ଓ ବିଚ୍ଛିନ୍ନତାବାଦୀ କାର୍ଯ୍ୟକଳାପ ସହ ଜଡିତ ଏକ ମାମଲାରେ ଦିଲ୍ଲୀ କୋର୍ଟରେ ହାଜର ହୋଇ ତାଙ୍କ ବିରୁଦ୍ଧରେ ଥିବା ସମସ୍ତ ଅଭିଯୋଗକୁ ସ୍ୱୀକାର କରିଥିଲେ।
ୟାସିନ ମଲିକ କଶ୍ମୀର ରାଜନୀତରେ ବେଶ୍‌ ସକ୍ରିୟ ଥିଲେ। ଯୁବପିଢ଼ିଙ୍କୁ ଭଡକାଇବାରେ ତାଙ୍କର ଥିଲା ଗୁରୁତ୍ୱପୂର୍ଣ୍ଣ ଭୂମିକା। ୟାସିନ ମଲ୍ଲିକ ଜମ୍ମୁ କଶ୍ମୀର ଲିବରେସନ ଫ୍ରଣ୍ଟ (JKLF) ସହିତ ଜଡିତ। ୨୦୧୯ରେ କେନ୍ଦ୍ର ସରକାର JKLF ଉପରେ ପ୍ରତିବନ୍ଧକ ଲଗାଇଥିଲେ। ୟାସିନଙ୍କ ବିରୋଧରେ ୧୯୯୦ରେ ୪ଜଣ ବାୟୁସେନା କର୍ମଚାରୀଙ୍କୁ ହତ୍ୟା କରିଥିବା ଅଭିଯୋଗ ରହିଛି, ଯାହାକୁ ସେ ସ୍ୱୀକାର କରି ସାରିଛନ୍ତି।

ad-week
Leave A Reply

Your email address will not be published.